ୟୁପି : ବିଜୁଳି ବିଲ୍ ଜମା କରିବା ପାଇଁ ଉପଭୋକ୍ତାଙ୍କୁ ଆଉ ପାୱାର କର୍ପୋରେଶନ୍ ଅଫିସ୍ ବାହାରେ ଧାଡ଼ି ବାନ୍ଧିବାକୁ ପଡ଼ିବ ନାହିଁ । ୟୁପି ସରକାର କହିଛନ୍ତି ଉପଭୋକ୍ତା ମହଲ୍ଲା ବା ଗæôର ରାଶନ୍ ଦୋକାନରେ ବିଲ୍ ପୈଠ କରିପାରିବେ । ଜିଲ୍ଲା ପୂର୍ତ୍ତ ବିଭାଗ ଏହି ନୂଆ ବ୍ୟବସ୍ଥା ପ୍ରସ୍ତୁତ କରିଛି ଯାହାକୁ ନଭେମ୍ବର ୧ ତାରିଖରୁ ଲାଗୁ କରାଯିବ । ମେରଠ ଜିଲ୍ଲା ଅପୂର୍ତ୍ତି ଅଧିକାରୀ ନିରଜ ସିଂହ କହିଛନ୍ତି ସରକାର ସମସ୍ତ ଡିଲର୍ଙ୍କ ପାଖରେ ଇ-ପୋସ୍ (ଇଣ୍ଟରନେଟ୍ ସହ ସଂଯୋଗ କରୁଥିବା ମେଶିନ୍) ପ୍ରୟୋଗ କରୁଛନ୍ତି । ସର୍ଭିସ୍ ପ୍ରୋଭାଇଡର୍ ଏଜେନ୍ସି ଖୁବ୍ଶୀଘ୍ର ଏହି ସଫଫେୱୟାରକୁ ଅପ୍ଡେଟ୍ କରିବେ । ଏହି ସୁବିଧା ପରେ ରାଶନ୍ ଡିଲର୍ଙ୍କ ଆୟ ବୃଦ୍ଧି ହେବ କାରଣ ତାଙ୍କୁ ବିଜୁଳି ବିଲ୍ରୁ କମିଶନ ଦିଆଯିବ । ଦେକାନୀ ଯେଉଁ ଇ-ପୋସ୍ ମେଶିନ ଦ୍ୱାରା ରାଶନ ଦେଉଛନ୍ତି ସେଥିରେ ଏକ ସଫଫେୱୟାର ଡାଉନଲୋଡ କରାଯିବ । ରାଶନ ଡିଲର୍ଙ୍କୁ ଇ-ପୋସ୍ ମେଶିନରେ ଉପଭୋକ୍ତାଙ୍କ ସୂଚନା ଫିଡ୍ କରିବାକୁ ହେବ । ଏହାପରେ ବିଲ୍ ଜମା ହୋଇଯିବ । ଚେକ୍ ଜମା କରିବାର ଅ«ନ ବି ରହିବ । ବିକ୍ରେତାଙ୍କୁ ବିଲ୍ ପ୍ରତି ୧୬ ଟଙ୍କା କମିଶନ ମିଳିବ ।
