ବିଗ୍ ବସ୍ ୧୪ ତ୍ରୟୋଦଶ ଦିନରେ ପ୍ରତିଯୋଗୀଙ୍କୁ ଟ୍ରେସିମି ଷ୍ଟାଇଲ୍ ଆଇକନ୍ ଜିତିବାର ଟାସ୍କ ଦିଆଯାଇଥିଲା । ଟାସ୍କରେ ୪ ଜଣ ମହିଳା କଣ୍ଟେଷ୍ଟାଣ୍ଟଙ୍କୁ ୪ ପୁରୁଷ କଣ୍ଟେଷ୍ଟାଣ୍ଟ ସେମାନଙ୍କ ଷ୍ଟାଇଲ୍ ହିସାବରେ ସଜାଇବାର ଥିଲା । ଏଥିରେ ପବିତ୍ରା ପୁନିୟା ହୋଇଥିଲେ ପରଫେକଫ ଖିଲାଡୀ । ସେ ତାଙ୍କ ର୍ୟାମ୍ପ୍ ୱାକ୍ ଓ ଷ୍ଟାଇଲ୍ରେ ସଞ୍ଚାଳକଙ୍କ ହୃଦୟ ଜିତିଥିଲେ । ଟାସ୍କକୁ ସଞ୍ଚାଳନ କରୁଥିଲେ ୩ ସିନିୟର୍ । ବିଗ୍ ବସ୍ ୧୪ ନିର୍ମାତା ଶୋ’ର ଟିଆର୍ପି ପାଇଁ ୩ ଜଣ ନୂଆ ସଦସ୍ୟଙ୍କୁ ଶୋ’କୁ ଆଣୁଛନ୍ତି । ରିପୋର୍ଟ ଅନୁସାରେ ନୈନା ସିଂହ ଓ ପ୍ରତୀକ ସେହଜପାଲ୍ ଅକେଫାବର ୧୬ କିମ୍ବା ୨୫ରେ ବିବି ହାଉସ୍ରେ ଏଣ୍ଟ୍ରି କରିପାରନ୍ତି । ପ୍ରତୀକ ଏମ୍ଟିଭିର ପପୁଲାର ଶୋ’ ଲଭ୍ ସ୍କୁଲ ସିଜନ୍ ୩ରେ ଟିଭି ଡେବୁ୍ୟ କରିଥିଲେ । ପରେ ରୋଡିଜ୍ ଓ ଏସ୍ ଅଫ ସ୍ପେସ୍ରେ ନଜରକୁ ଆସିଥିଲେ । ସେ ପବିତ୍ର ପୁନିୟାଙ୍କ ଏକ୍ସ ବୟଫ୍ରେଣ୍ଡ୍ । ନୈନା କୁମ୍କୁମ୍ ଭାଗ୍ୟ ଫ୍ରେମ୍ । ବାନ୍ଦିନୀ ଆକଫର ସାର୍ଦୁଲ ପଣ୍ଡିତ ମଧ୍ୟ ବିବି ହାଉସ୍ରେ ଏଣ୍ଟ୍ରି କରିବେ ।