Odisha news

ମହାଭାରତର ରୋଚକ କଥା : କୃଷ୍ଣ ଗୋଟିଏ ଅର୍ଣ୍ଣ ଦାନ ଖାଇଲେ ମହର୍ଷି ଦୁର୍ବାସା ଓ ତାଙ୍କର ୧୦ ରୁ ଅଧିକ ଶିଷ୍ୟଙ୍କ ପେଟ ପୁରିଗଲା

0

ପୌରାଣିକ କଥା ଅନୁସାରେ ଠାରେ ମହର୍ଷି ଦୁର୍ବାସା ଦୁର୍ଯ୍ୟଧନଙ୍କ ମହଲରେ ପହଞ୍ଚିଲେ l ଯେଉଁଠାରେ ତାଙ୍କର ଭବ୍ୟ ସ୍ୱାଗତ କରାଗଲା l ଏହାପରେ ଦୁର୍ଯ୍ୟଧନ ଦୁର୍ବାସାଙ୍କ କହିଲେ ପାଣ୍ଡବ ମାନଙ୍କ ସହିତ ଦେଖା କରି ତାଙ୍କୁ ମଧ୍ୟ ଅତିଥି ସେବା କରିବା ପାଇଁ ସମୟ ଦିଅନ୍ତୁ l ରୁଷି ଦୁର୍ବାସା ମଧ୍ୟ ଏହି କଥାକୁ ମାନି ନିଜ ସହିତ ୧୦ ରୁ ଅଧିକ ଶିଷ୍ୟ ନେଇ ପାଣ୍ଡବଙ୍କ ଘରକୁ ପ୍ରସ୍ଥାନ କଲେ l ଯେତେବେଳେ ମହର୍ଷି ଦୁର୍ବାସା ପାଣ୍ଡବ ମାନଙ୍କ ସହିତ ଦେଖା କଲେ ସେତେବେଳେ କହିଲେ ଯେ ତାଙ୍କ ଘରେ ଆଜି ଭୋଜନ ଗ୍ରହଣ କରିବେ l ଏହା ପରେ ଯୁଧିଷ୍ଠିର ଦୁର୍ବାସାଙ୍କ ସାନ୍ନ ସାରି ଆସିବାକୁ କହିଲେ l ଯୁଧିଷ୍ଠିର ଏହାପରେ ଯାଇ ଦ୍ରୌପଦୀଙ୍କୁ ଏହି ସମସ୍ତ ବିଷୟରେ କହିବାରୁ ଦ୍ରୌପଦୀଙ୍କ ଚିନ୍ତା ବଢିଗଲା l

ଚିନ୍ତା ବଢିବାର କାରଣ ଏହା ଥିଲା ଯେ ସମସ୍ତେ ଭୋଜନ କରି ସାରିଥିଲେ ଓ ଖାଦ୍ୟ ମଧ୍ୟ ଆଉ ନଥିଲା l ଯଦି ଦୁର୍ବାସା ଭୋଜନ ନକରି ପାରିଲେ ତେବେ କ୍ରୋଧିତ ହୋଇ ଅଭିଶାପ ଦେଇଦେବେ l କୁହାଯାଏ ଯେ ଦ୍ରୌପଦୀ ସୂର୍ଯ୍ୟ ଦେବଙ୍କ ପାଖରୁ ଗୋଟିଏ ଅକ୍ଷତ ପତ୍ର ପାଇଥିଲେ l ଯେଉଁଥିରେ ସେତେବେଳେ ପର୍ଯ୍ୟନ୍ତ ଅର୍ଣ୍ଣ ରାହାଯିବା ଯେତେବେଳ ପର୍ଯ୍ୟନ୍ତ ଦ୍ରୌପଦୀ ଭୋଜନ ନକରିଛନ୍ତି l ଯେମିତି ସମସ୍ତଙ୍କୁ ଖାଦ୍ୟ ପରଷିବl ପରେ ସେ ନିଜେ ଭୋଜନ ଗ୍ରହଣ କରନ୍ତି ତାପରେ ସେହି ପତ୍ରଟି ସମ୍ପୂର୍ଣ ଖାଲି ହୋଇଯାଇଥାଏ l ଏମିତିରେ ଯଦି ମହର୍ଷି ଦୁର୍ବାସା ଭୋଜନ କରିପାରିବେନି ତେବେ ଅଭିଶାପ ଦେଇଦେବେ l

ଦ୍ରୌପଦୀଙ୍କର ପରମ ସଖା ଶ୍ରୀ କୃଷ୍ଣ ଥିଲେ l ସେ ଚିରହରଣ ସମୟରେ କୃଷ୍ଣଙ୍କୁ ପ୍ରାଥନା କରିବାରୁ କୃଷ୍ଣ ତାଙ୍କୁ ବସ୍ତ୍ରଦେଇ ରକ୍ଷା କରିଥିଲେ l ଠିକ ସେହିପରି ଭାବରେ ଦ୍ରୌପଦୀ କୃଷ୍ଣଙ୍କୁ ମାନେ ମାନେ ସ୍ମରଣ କରିବାକୁ ଲାଗିଲେ ଏବଂ କୃଷ୍ଣ ମଧ୍ୟ ସେଠାରେ ଆସି ଉପସ୍ଥିତ ହୋଇଥିଲେ l ତାପରେ ଦ୍ରୌପଦୀଙ୍କ ପାଖରେ କୃଷ୍ଣ ପହଞ୍ଚି କହିଥିଲେ ମତେ ବହୁତ ଭୋକ ହେଉଛି ମତେ କିଛି ଖାଇବାକୁ ଦିଅ l ଏହାପରେ ଦ୍ରୌପଦୀ ଅକ୍ଷତ ପତ୍ରଟିକୁ ଆଣି ତାଙ୍କ ଆଗରେ ରଖି କହିଲେ ହେ କେଶବ ବର୍ତ୍ତମାନ ଆଉ କିଛି ଖାଇବାକୁ ନାହିଁ l  କୃଷ୍ଣ ଦେଖିଲେର ପାତ୍ରଟିରେ ଗୋଟିଏ ମାତ୍ର ଅର୍ଣ୍ଣ ରହିଛି  l ଏହା ପରେ କୃଷ୍ଣ ସେହି ଅର୍ଣ୍ଣ ଟିକୁ ଖାଇଦେଲେ l

କୃଷ୍ଣ ଅର୍ଣ୍ଣଟିକୁ ଖାଇବା ପରେ ସାନ୍ନ ସାରି ଆସୁଥିବା ଦୁର୍ବାସା ଓ ତାଙ୍କ ଶିଷ୍ୟ ମାନଙ୍କର ପେଟ ଭାରି ଯାଇଥିଲା l ମହର୍ଷି ଦୁର୍ବାସା ଓ ତାଙ୍କ ଶିଷ୍ୟ ମାନେ ଯେତେବେଳେ ଅନୁଭବ କଲେ ଯେ ପେଟ ଭାରି ଯାଇଛି ଓ ସେ ଗୋଟିଏ ଅର୍ଣ୍ଣ ମଧ୍ୟ ଗ୍ରହଣ କରି ପାରିବେ ନାହିଁ ,ସେମାନେ ନିର୍ଣ୍ଣୟ କଲେ ଯେ ପାଣ୍ଡବ ମାନଙ୍କୁ ନ ଜଣାଇ ସେଠାରୁ ଚାଲିଯିବେ  l ଦୁର୍ବାସା ଜାଣିଥିଲେ ଯେ ଯୁଧିଷ୍ଠିର ଧର୍ମ ପ୍ରିୟ ଅଟନ୍ତି l ସେ ଅତିଥିଙ୍କୁ ବିନା ଚର୍ଚାରେ ଯିବାକୁ ଦେବେ ନାହିଁ l ଏହି ପରି ଭାବରେ କୃଷ୍ଣ ଦ୍ରୌପଦୀଙ୍କୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରୁ ରକ୍ଷା କରିଥିଲେ l

Leave A Reply