Odisha news

ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ : ପ୍ରାର୍ଥୀପତ୍ର ଯାଞ୍ଚପରେ ୬ଜଣଙ୍କର ପ୍ରାର୍ଥୀପତ୍ର କାଏମ୍

0

ବାଲେଶ୍ୱର : ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ୩ଜଣ ଦଳୀୟ ପ୍ରାର୍ଥୀଙ୍କ ସମେତ ମୋଟ ୮ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ସେମାନଙ୍କର ନାମାଙ୍କନପତ୍ର ଯାଞ୍ଚକରାଯାଇ ଥିଲା । ନାମାଙ୍କନପତ୍ର ଦାଖଲ ସମୟରେ ଆବଶ୍ୟକ କାଗଜପତ୍ର ଦାଖଲ କରିନଥିବାରୁ ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୁଶାନ୍ତ ସର୍ବେଶ୍ୱର ଦାସ ଓ ସ୍ୱାଧିନ ପ୍ରାର୍ଥୀ ସେକ୍ ମଇଉଦ୍ଦିନ୍ ସଲିମଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଥିଲା ।

ଯାହାଫଳରେ କଂଗ୍ରେସର ମମତାକୁଣ୍ଡୁ, ବିଜେଡ଼ିର ସ୍ୱରୂପ କୁମାର ଦାସ ଓ ବିଜେପିର ମାନସ କୁମାର ଦତ୍ତଙ୍କ ସମେତ ଅନ୍ୟ ୩ଜଣ ସ୍ୱାଧିନ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ ରହିଛି । ଆସନ୍ତା ୧୯ ତାରିଖ ସୋମବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଦିବସ ଥିବାରୁ ସେଦିନ ସ୍ୱାଧିନ ପ୍ରାର୍ଥୀମାନଙ୍କ ମଧ୍ୟରୁ କେଉଁମାନେ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ ତାହା ଜଣାପଡ଼ିବ ।

Leave A Reply