Odisha news

ଅଧିନାୟକ ପଦରୁ ଓହରିଲେ କାର୍ତ୍ତିକ

0

ଆବୁଧାବୀ,୧୬ା୧୦(ଏଜେନ୍ସି): କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଦିନେଶ କାର୍ତ୍ତିକ ପଦରୁ ଓହରିଯାଇଛନ୍ତି । ଫଳରେ ଇଅନ୍‌ ମୋର୍ଗାନଙ୍କୁ କେକେଆର୍‌ ନୂଆ ଦାୟିତ୍ୱ ମିଳିଛି । ତାଙ୍କ ନେତୃତ୍ୱରେ କେକେଆର୍‌ର ପ୍ରଦର୍ଶନ ସନ୍ତୋଷଜନକ ନ ଥିବାରୁ କାର୍ତ୍ତିକ ସ୍ୱଇଚ୍ଛାରେ ଅଧିନାୟକ ପଦରୁ ଓହରିଯାଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଦିନେଶ କାର୍ତ୍ତିକ ଉପଅଧିନାୟକ ଡିଭିଲିୟର୍ସଙ୍କୁ ଦଳର ନେତୃତ୍ୱ ଭାର ଦେଇଥିଲେ । ଏଭଳି ନିଷ୍ପତ୍ତିରେ ସଭିଏଁ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ଅଧିନାୟକ ଦାୟିତ୍ୱରେ ଥିବାରୁ କାର୍ତ୍ତିକ ବ୍ୟାଟିଂ ଉପରେ ଧ୍ୟାନ ଦେଇପାରୁନାହାନ୍ତି । ତେଣୁ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଫ୍ରାଞ୍ଚାଇଜ୍‌ ପକ୍ଷରୁ କୁହାଯାଇଛି । ମୋର୍ଗାନ କହିଛନ୍ତି ଯେ, ନବାଗତଙ୍କୁ ଦାୟିତ୍ୱ ଦିଆଗଲେ ଭଲ । ଶୁଭମନ ଗିଲ୍‌ ଦୌଡ଼ରେ ଅଛନ୍ତି ।

Leave A Reply