Odisha news

ଜିଲ୍ଲା ଲୋକ କଳାକାର ସଂଙ୍ଘ ପକ୍ଷରୁ ବିଭିନ୍ନ ଦାବିନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

0

ଫୁଲବାଣୀ (Santosh Mishra) :  କନ୍ଧମାଳ ଜିଲ୍ଲା ପାରମ୍ପାରିକ କଳାସଂଙ୍ଘର ଏକ ସାଧାରଣ ବୈଠକ ଜିଲାର କ.ନୂଆଗାଁ ବ୍ଳକ ଅନ୍ତର୍ଗତ ପ୍ରଶାନ୍ତି ସାସ୍କୃତିକ ସଂମ୍ବଳ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାର ସମସ୍ତ ବ୍ଳକର ଲୋକ କଳାକାର ସଂଙ୍ଘର ଉପସଭାପତି ମାନେ ଯୋଗଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳା ସଙ୍ଗଠକ ନେତ୍ର ମାନସେଠ୍ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ବଲିଉଡ କଳାକାର ଜଦୁନନ୍ଦନ,ଜନବିକାଶ କର୍ମି ନରେଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଆବାହକ ସଦାନନ୍ଦ ପାରାସେଠ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାଧାରଣ ଅଧିବେଶନରେ ଜିଲ୍ଲାରେ ଗଠନ କରାଯାଇଥିବା ଲୋକକଳା ସଂଙ୍ଘର କାର୍ଯ୍ୟ ଏବଂ ଏହାର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା । ବର୍ତମାନ କରୋନା ସଂକ୍ରମଣରେ କାମଧନ୍ଦା ଅଭାବରୁ ଲୋକ କଳାକାର ମାନେ କିଭଳି ଭାବେ ଦୁର୍ଦିନରେ ଜୀବନ ବିତାଉଛନ୍ତି ଏହି ବିଷୟରେ ଯୋଗ ଦେଇଥିବା ଅତିଥି ମାନେ ସେମାନଙ୍କର ମତ ପ୍ରକାଶ କରିଥିଲେ ।

ଏହି ଅବସରରେ ନୂତନ କର୍ମକର୍ତା ଚୟନ କରାଯାଇଥିଲା । ସାଧାରଣ ପରିଷଦର ନିଷ୍ପତି ଅନୁସାରେ ଆଜି ବିିଭିନ୍ନ ଦାବିନେଇ ବିଭିନ୍ନ ଲୋକ କଳାକାର ଓ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ପ୍ରଦାନ କରାଯାଇଥିବା ଦାବୀ ଅନୁସାରେ ଜିଲାର ଉପସଭାତି ଓ ପ୍ରତ୍ୟେକ ବ୍ଳକର ଲୋକ କଳାକାର ସଂସ୍କୃତି ସଂଘର ଉପସଭାପତି ଚୟନ ,ଲୋକ କଳାକାର ମାନଙ୍କୁ ସରକାରୀ ପେନସନ୍ ପ୍ରଦାନ ସହିତ ବର୍ତମାନ ପରିସ୍ଥିତିରେ ରୋଜଗାର ପାଇଁ କାମଧନ୍ଦା ଯୋଗାଇ ଦେବାକୁ ଦାବୀ କରାଯାଇଛି । କନ୍ଧମାଳ ଜିଲ୍ଲା ପାରମ୍ପାରିକ ଲୋକ କଳାକାର ସଂଘର ଜିଲ୍ଲା ସଭାପତି ଅକ୍ଷୟ କର୍ଣ୍ଣଙ୍କ ନେତୃତ୍ୱରେ ବ୍ଳକ ସ୍ତରୀୟ ଉପସଭାପତି ,ସଂପାଦକ ଓ ଅନ୍ୟ କଳାକାର ମାନେ ଏଥିରେ ସାମିଲ୍ ହୋଇଥିଲେ । ଆଜି ଫୁଲବାଣୀରେ ଏକ ଶୋଭାଯାତ୍ରରେ ଆସି ଉକ୍ତ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଏଥିରେ କିଛି କିନ୍ନର ମଧ୍ୟ ସାମିଲ୍ ହୋଇଥିଲେ ।

Leave A Reply