Odisha news

ଅବକାରୀ ଇନ୍ସପେକଫରଙ୍କୁ ମଦବେପାରୀଙ୍କ ଆକ୍ରମଣ ପରେ ପରେ ଚଢାଉ : ୫୨୦ ଲିଟର ଦେଶୀ ମଦ ଜବତ, ୫ଗିରଫ୍‍

0

ଭଦ୍ରକ :ଗତ ୧୨ତାରିଖରେ ଭଦ୍ରକ ପୁରୁଣା ବଜାର ଥାନାଞ୍ଚଳର ମିର୍ଜାପୁର ଅଞ୍ଚଳରେ ଚୋରାଦେଶୀ ମଦ ଉପରେ ଚଢାଉ କରି ମଦବେପାରୀଙ୍କ ରୋଷରେ ଶିକାର ହୋଇଥିଲେ ଅବକାରୀ ଇନ୍ସପେକଫର ଓ ଅନ୍ୟ କର୍ମଚାରୀ । ଏହି ଘଟଣାନେଇ ପୁରୁଣାବଜାର ଥାନାରେ ଅବକାରୀ ବିଭାଗ ପକ୍ଷରୁ ଏତଲା ଦାୟର ହୋଇଥିଲେ ବି ପୋଲିସ ମୁଖ୍ୟ ୬ଅଭିଯୁକ୍ତଙ୍କୁ ଆଜି ସୁଦ୍ଧା ଗିରଫ୍‍ କରିନି । ଅନ୍ୟପକ୍ଷେ ଆଜି ଜିଲ୍ଲାପାଳ ଡ.ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗର ଗୋଟିଏ ସ୍‍ତନ୍ତ୍ର ଟିମ ମାଜିଷ୍ଟ୍ରେଟ ଦୀପ୍ତିରଞ୍ଜନ ଦାସ ଓ ଏ.ପି.ଆର ଫୋର୍ସ ସହିତ ସଂପୃକ୍ତ ର୍ମିଜାପୁର ଗାଁ ଅଞ୍ଚଳରେ ଚଢ଼ାଉ କରାଯାଇ ୪୨୦ ଲିଟର ଚୋର ଦେଶୀ ମଦ ଜବତ କରିବା ସହ ସେହି ଗାଁର ସୁବାସ ବେହେରାକୁ ଗିରଫ କରାଯାଇଛି । ସେହିପରି ତିହିଡି ଥାନା ଅନ୍ତର୍ଗତ ବୁଧୁପୁର, କନ୍ଦପୁର ଓ ବିଦ୍ୟାଧରପୁର ଗ୍ରାମରେ ଚଢାଉ କରାଯାଇ ୧୦୦ ଲିଟର ଦେଶୀ ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ମାନେ ହେଲେ ବୁଧୁପୁର ଗାଁର ଲକ୍ଷ୍ମୀଧର ପରିଡ଼ା ଓ ରବୀନ୍ଦ୍ର ପରିଡ଼ା, ନନ୍ଦପୁର ଗାଁର ବରୁଣୀ ବେହେରା ଏବଂ ବିଦ୍ୟାଧରପୁର ଗାଁ ସୁବାସ ବେହେରା । ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉରେ ସମୁଦାୟ ୫୨୦ ଲିଟର ଦେଶୀ ମଦ ଜବତ ହେବା ସହିତ ୫ଜଣଙ୍କ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱର୍ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ୍‍ଙ୍କ ନେତୃତ୍ୱରେ ଏକ ସ୍‍ତନ୍ତ୍ର ଦଳ ଏହି ଚଢାଉ କରିଥିଲେ ଉକ୍ତ ଚଢାଉରେ ଏସ୍‍.ଆଇ ସନ୍ତୋଷ ବଳ ଓ ସ୍ପନ୍ଦନ ମହାନ୍ତି, ଏ.ଏସ୍‍.ଆଇ ପ୍ରହ୍ଲାଦ ସାମଲ, ପୁରୁଷୋତ୍ତମ ମଲ୍ଲିକ, ଭବେଶ ଦାସ ପ୍ରଭୃତି ସାମିଲ ଥିଲେ । ପୋଲିସ କାର୍ଯ୍ୟାନୁଷ୍ଠାନ ନେଲାନି, ମଦ ବେପାରୀଙ୍କ ଆକ୍ରମଣର ପ୍ରତିଶୋଧ ନେଲା ଅବକାରୀ ବିଭାଗ ବୋଲି ଚର୍ଚ୍ଚା ଜୋର ହେଉଛି ।

Leave A Reply