କୋଣାର୍କ (sangram keshari mohapatra) :ରବିବାର ଅପରାହ୍ନରେ ପୁରୀ କୋଣାର୍କ ବେଳାମାର୍ଗ ଇକୋ ରି ଟ୍ରିଟି ପାଖରେ ଥୁଆ ହୋଇଥିବା ପର୍ଯ୍ୟଟକଙ୍କ କାର ର କାଚ ଭାଙ୍ଗି ଦୁବୁତ୍ତମାନେ ୨୦ହଜାର ଟଙ୍କା, ଲାପଟପ, ଦାମୀ ଆଇଫୋନ ମୋବାଇଲ ଓ ବିଭିନ୍ନ ବ୍ୟାଙ୍କ ର କାର୍ଡ ଅନ୍ୟାନ୍ୟ ସାମଗ୍ରୀ ମାନ ଲୁଟିନେଇ ଫେରାର ହୋଇଥିବା କୋଣାର୍କ ଥାନାରେ ଭୁବନେଶ୍ବର କଳିଙ୍ଗ ନଗରର ପ୍ରଶାନ୍ତ ବୁଦ୍ଧି ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ।ତାଙ୍କ ଅଭିଯୋଗକୁ ଭିତ୍ତି କରି କୋଣାର୍କ ଥାନାଅଧିକାରୀ ରଞ୍ଜନ କୁମାର ମଲ୍ଲିକ ୧୨୮/୨୦ରେ ଏକ ଲୁଟ ଓ ରାହାଜାନି ମାମଲା ରୁଜୁକରି ବଛା ବଛା ଅଫିସରଙ୍କୁ ନେଇ ବିଭିନ୍ନ ଜାଗାରେ ଚଢ଼ାଉ କରିଲୁଟେରାଙ୍କ ବିଷୟରେ ଅବଗତ ହେଲାପରେ ୨୪ଘଣ୍ଟା ଭିତରେ ଲୁଟେରା ମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି।
ସେମାନେ ହେଲେ କୋଣାର୍କ ଥାନା ନିକଟସ୍ଥ ଜୁଣେଇଁ ଗ୍ରାମର ପ୍ରମୋଦ ପାତ୍ର ଙ୍କ ପୁଅ ଅଜୟ ପାତ୍ର ଓରଫ ଟିକି(୨୪) ,ମାଧିପୁଟ ର ସ୍ୱର୍ଗତ ସୁରେନ୍ଦ୍ର ମହାନ୍ତି ଙ୍କ ପୁଅ ଶୁଭେନ୍ଦ୍ର ମହାନ୍ତି ଓରଫ ଗୁନୁ (୨୯) ଓ କୋଣାର୍କ ରେ ଭଡାରେ ରହୁଥିବା କଟକ ଅଂଚଳର ଚକ୍ରଧର ନାୟକ ଙ୍କ ପୁଅ ଚନ୍ଦନ ନାୟକ (୪୦)ବର୍ଷ ଏମାନଙ୍କୁ ପୋଲିସ ଗିରଫ କରିବା ସହ ଏମାନଙ୍କ ଠାରୁ ଲୁଟ ସାମଗ୍ରୀ ଗୁଡିକ ଯଥା ଲାପଟପ,ଆଇଫୋନ,ଏଆରପଡ଼,ପାୱାର ବ୍ୟାଙ୍କ, ଡଙ୍ଗଲ,ମୋବାଇଲି ଚାର୍ଜର,ଲାଣ୍ଡକେବୁଲ, ଆମେରିକାନ ଟୁ ରିଷ୍ଟର ବ୍ୟାଗ,ଚାବି ଓ ନଗଦ ୧୪,୫୦୦ଟଙ୍କା ମନିପର୍ଶ, ବିଭିନ୍ନ ବ୍ୟାଙ୍କର କାର୍ଡ ଟମିହିଲି ଫିଗର ବ୍ୟାଗ ଓ ହୋଣ୍ଡା ଆଭିଏଟର ଗାଡି ଜବତକରି ଚୋରି ଓ ରାହାଜାନି ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏଠାରେ ସୂଚନା ଥାଉ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ନେତ୍ୟୁତ ରେ ମଙ୍ଗଳବାର ଦିନ ଏକ ବଡ ଧରଣର ଚୋରି ଗାଡି ରାକେଟ କୁ ଧରି ଆସମୀ ମାନଙ୍କୁ କୋର୍ଟ ଚାଲାଣ କରିଥିଲେ।କୋଣାର୍କ ପୋଲିସ ର ଏଭଳି ପଦକ୍ଷେପ କୁ ବିଭିନ୍ନ ମହଲରୁ ସ୍ଵାଗତ କରାଯାଇଛି।