କରୋନା ରୋଗୀଙ୍କ ଶବଦାହ ପାଇଁ ଫିରିଙ୍ଗିଆରେ ଅଂଚଳରେ ଉତେଜନା : ଶବ ନେଇ ଆମ୍ବୁଲାନ୍ସ ଠିଆ ହେଲା ୬ ଘଣ୍ଟା, ପ୍ରଶାସନ ହସ୍ତକ୍ଷେପରେ ଅନ୍ୟତ୍ର ହେଲା ସଂସ୍କାର
ଫୁଲବାଣୀ(Santosh Mishra) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆଠାରେ ଜଣେ କରୋନା ସଂକ୍ରମିତଙ୍କର ମୃତୁ୍ୟ ହେବାପରେ ପ୍ରଶାସନ ତରଫରୁ ଅସ୍ଥୟୀ ଭାବରେ ନିର୍ଦ୍ଧାରଣ କରାଯାଇଥିବା ଶ୍ମସାନରେ ଶବଦାହ କରିବାକୁ ବିରୋଧ କରି ଅଂଚଳବାସୀ ଶବ ନେଇଥିବା ଆମ୍ବୁାଲନ୍ସକୁ ୬ ଘଣ୍ଟା ଧରି ଅଟକାଇବା ସହିତ ସେଠାରେ ଶବଦାହ କରିବାକୁ ବିରୋଧ କରିବାରୁ ଅଡୁଆରେ ପଡିଥିଲେ ମୃତକର ପରିବାର ଲୋକେ । ଫଳରେ ସେଠାରେ ଫିରିଙ୍ଗିଆ ତହସିଲଦାର ପୁନମ ରାଉତ ଏବଂ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ପହଂଚି ଲୋକଙ୍କୁ ବୁଝାସୁଝା କରିବାପରେ ମଧ୍ୟ ସେଠାରେ ଥିବା ଲୋକମାନେ ସବୁବେଳେ ଯାତାୟାତ କରୁଥିବାରୁ ସେଠାରେ କୋଭିଡ ରୋଗୀର ଶବକୁ ପୋଡିବାକୁ ବିରୋଧ କରିଥିଲେ । ଫଳରେ ପ୍ରଶାସନ ଓ ପୋଲିସ ଉଦ୍ୟମ ରେ ଅନ୍ୟ ଏକ ନିରୋଳା ସ୍ଥାନରେ ଶବକୁ ସଂସ୍କାର କରାଯାଇଛି ।
ସୁଚନା ଅନୁସାରେ ଗତକାଲି ଫୁଲବାଣୀ କୋଭିଡ ହସାପିଟାଲରେ ଚିକିସôିତ ଅବସ୍ଥାରେ ଫିରିଙ୍ଗିଆ ଅଂଚଳର ଭାଗବତ ବେହେରା(୬୫)ଙ୍କର ମୃତୁ୍ୟ ହୋଇଥିଲା । କୋଭିଡ ହସପିଟାଲ କର୍ତୃପକ୍ଷ ଆଜି ଭୋର ସମୟରେ ମୃତକଙ୍କର ପରିବାର ଲୋକଙ୍କ ଘରକୁ ନେଇ ଏକ ଆମ୍ବୁଲାନ୍ସରେ ଶବକୁ ହସ୍ତାନ୍ତର କରିବା ସହିତ ଫିରିଙ୍ଗିଆରେ ପ୍ରଶାସନ ଦ୍ୱାରା ଅସ୍ଥାୟୀ ଭାବରେ ସ୍ଥିରିକୃତ ଶ୍ମସାନରେ ଶବକୁ ଦାହ ସଂସ୍କାର କରିବାକୁ ନେଇଥିଲେ । ଏହା ଜାଣିବାରେ ସେହି ଆଖପାଖରେ ଥିବା ମଝିପଡା,ଫିରିଙ୍ଗିଆ ଉପରପଡା,ନାହାନାଗାଁ,ଘାଟିସାହି ଆଦି ଅଂଚଳରେ ଥିବା ଲୋକମାନେ ସେଠାରେ କରୋନା ରୋଗୀଙ୍କ ଶବ ଦାହ କରିବାକୁ ବିରୋଧ କରିବା ସହିତ କିଛି ସମୟପାଇଁ ସେହି ଅଂଚଳରେ ଥିବା ମଝିପଡା ଘାଟି ନିକର ରାସ୍ତାରେ ରାସ୍ତାରୋକ କରିଥିଲୋ ।
ଫଳରେ ସେଠାରେ ଥିବା କାଶୀନିପଦର ଓ ଫିରିଙ୍ଗିଆ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା । ଖବର ପାଇବାପରେ ସେଠାରେ ଫିରିଙ୍ଗିଆ ତହସିଲଦାର ପୁନମ ରାଉତ ଏବଂ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ପୁଲିସ ଫୋର୍ସ ସହ ସେଠାରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ସେଠାରେ ନେତୃସ୍ଥାନୀୟ ବ୍ୟକ୍ତି ମାନଙ୍କର ସହାୟତାରେ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରାଯାଇଥିଲ । ହେଲେ ସେମାନେ ଏଥିରେ ରାଜି ନହେବାରୁ ମଝିପାଡା ଘାଟି ନିକଟରେ ଥିବା ଏକ ନିରୋଳା ଯାଗାରେ ଶବକୁ ସଂସ୍କାର କରାଯାଇଥିଲା । ମୃତ ଭାଗବତ ବେହରୋ ଫିରିଙ୍ଗିଆ ଅଂଚଳର ଜଣେ ଜଣାଶୁଣା ବ୍ୟବସାୟୀ ହୋଇଥିବାରୁ ଅଂଚଳରେ ଶୋକର ଚାୟା ଖେଳିଯାଇଛି । ତାଙ୍କର ଶୋକରେ ଆଜି ଫିରିଙ୍ଗିଆର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।