ଫୁଲବାଣୀ (Santosh Mishra) : ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼.ରାଜଶ୍ରୀ ପଟନାୟକଙ୍କ ଦ୍ୱାରା ଜିଲାର ଗ୍ରାମାଂଚଳ ଗୁଡିକରେ ମାନସିକ ସ୍ୱାସ୍ଥ୍ୟ ସଂମ୍ପର୍କିତ ସଚେତନତା ପାଇଁ ଏକ ସଚେତନତା ରଥାର ଶୁଭ ରଥ ଉଦ୍ ଘାଟନ କରାଯାଇଛି ।
ଏହି ରଥ ଜିଲାର ଗ୍ରାମାଞ୍ଚଗ୍ରାମଂଚଳରେ ସଚେତନତାର ବାର୍ତା ପ୍ରଚାର ଉଦେ୍ଦଶ୍ୟରେ ଭ୍ରମଣ କରିବ । ଏହି ଅବସରରେ ଜିଲାର ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ନୋଡ଼ାଲ୍ ଅଫିସର ତଥା ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼.କଲ୍ୟାଣି ମିଶ୍ର , ଅତିରିକ୍ତ ଜିଲା ଚିକିତ୍ସାଧିକାରୀ (ରୋଗ ନିୟନ୍ତ୍ରଣ) ଡ଼.ବସନ୍ତ କୁମାର ପାତ୍ର , ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡ଼.ପ୍ରଭାକର ସାହୁ , ଏନ୍.ଏଚ୍.ଏମ୍ ଜିଲା ପରିଚାଳକ ମନୋ ରଞ୍ଜନ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କର୍ମକର୍ତା ,ଦଧିବାମନ ରଥ, ମଧୁମିତା ସାହୁ ଓ ଦେବାଶିଷ୍ ମିଶ୍ରଙ୍କ ମିଳିତ ସହଯୋଗରେ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମର ସୂଚନା ପ୍ରକାରେ,ବର୍ତମାନ ଅନ୍ଲାଇନ୍ ମାନସିକ ଶିକ୍ଷା ଭିତିକ କାର୍ଯ୍ୟକ୍ରମ ଆସନ୍ତା ୧୦ ତାରିଖରୁ ୧୬ ତାରିକ ପର୍ଯ୍ରନ୍ତ ଚାଲୁ ରହିବ ଏବଂ ମାନସିକ ସ୍ୱାସ୍ଥ୍ୟ ସଂପର୍କିତ ଶିକ୍ଷା , ଅଭିଜ୍ଞ ଚିକତ୍ସକ ଓ ଅଭିଜ୍ଞ ପରାମର୍ଶ ଦାଦାଙ୍କ ଦ୍ୱାରା ପ୍ରଦାନ କରାଯାଉଛି । ଶିଘ୍ର ରୋଗ ନିରୁପଣ ଓ ଆଶୁ ଚିକତ୍ସା ମାନସିକ ରୋଗ ନିରାକରଣ ପାଇଁ ମାନସିକ ରୋଗ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯିବ ବୋଲି ସୂଚନା ଦିଆଯାଇଛି ।