ଦୁବାଇ,୧୪ା୧୦(ଏଜେନ୍ସି): ଆଇପିଏଲ୍ର ୩୦ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୧ ରନ୍ କରିଥିଲା । ଫଳରେ ମ୍ୟାଚ୍ ଜିତିବା ପାଇଁ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୬୨ ରନ୍ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଓପନର ପୃଥ୍ୱୀ ଶ’ଙ୍କ ସହ ଶିଖର ଧାୱନ ପାଳି ଆରମ୍ଭ କରିଥିଲେ । ମ୍ୟାଚ୍ର ପ୍ରଥମ ବଲ୍ରେ ଜୋଫ୍ରା ଆର୍ଚର ଓପନର ପୃଥ୍ୱୀ ଶ’ଙ୍କୁ କ୍ଲିନ୍ବୋଲï କରି ବିପର୍ଯ୍ୟୟ ଘଟାଇଥିଲେ । ଦଳୀୟ ସ୍କୋର ୧୦ ରନ୍ ବେଳେ ଆଜିଙ୍କ୍ୟ ରାହାଣେ ବ୍ୟକ୍ତିଗତ ୨ ରନ୍ କରି ଆଉଟ୍ ହୋଇଥିଲେ ।