ରାଜଗାଙ୍ଗପୁର : ରାଜଗାଙ୍ଗପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଆଜି ସମୟ ପ୍ରାୟ ୭.୩୦ ଘଟିକା ସମୟରେ ଲିପଲୋଇ ପାନ ପଡା ର ବାସିନ୍ଦା ବିଶ୍ଵଜିତ ତ୍ରିପାଠୀ ରାଉରକେଲା ରୁ ଏକ ସ୍କୁଟି ଯୋଗେ ରାଜଗାଙ୍ଗପୁର ଆସୁଥିଲେ ।ଗାଡିଟି ଭାରସାମ୍ୟ ହରାଇ ଡିଭାଇଡ଼ର ରେ ପିଟି ହୋଇ ଯିବାରୁ ସେ ପଡି ଯାଇଯାଇଥିବାରୁ ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଥିଲା।ଖବର ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ପହଁଚି ଶବ ଟି କୁ ଜବତ କରି ରାଜଗାଙ୍ଗପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।ତାଙ୍କ ନିକଟରୁ ଏକ ବ୍ୟାଗ ,ହାତ ଘଣ୍ଟା ,ସ୍କୁଟି ମିଳିଛି।ଏହି ଖବର ପ୍ରଚାର ହେବା କ୍ଷଣି ସମଗ୍ର ସହରରେ ଶୋକର ଛାୟା ଖେଳି ଯାଇଥିଲା।