Odisha news

ନାଇଟ୍‌ ରାଇଡର୍ସ ଧରାସାୟୀ

0

ସାରଝା, ୧୩ା୧୦ (ଏଜେନ୍ସି): ଆଇପିଏଲ୍‌ରା ୨୮ତମ ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧିନ ରୟାଲ ଚ୍ୟାଲେଞ୍ଜସ ବାଙ୍ଗାଲୋର ଦିନେଶ କାର୍ତ୍ତିକଙ୍କ କୋଲକାତା ନାଇଟ ରାଇଡର୍ସଙ୍କୁ ଧରାସାୟୀ କରିଛି । ଏହି ଧମକାଦାର ମ୍ୟାଚରେ ବାଙ୍ଗାଲୋର ୮୨ରନ୍‌ରେ ବିଜୟ ଲାଭ କରି ୭ମ୍ୟାଚରୁ ୧୦ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି । ଜମାଣିଆ ପ୍ରଦର୍ଶନ ପାଇଁ ଏବି ଡିଭିଲିୟର୍ସଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ ବିବେଚିତ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ନିର୍ଦ୍ଧାରିତ ଓଭରରେ ୧୯୪/୨ରନ୍‌ କରିଥିଲା । ଜବାବରେ ନାଇଟ ରାଇଡର୍ସ ୧୧୨/୯ରନ୍‌ କରିବାକୁ ସମର୍ଥ ହୋଇଥିଲା । ୧୯୫ରନ୍‌ ବିଜୟୀ ଲକ୍ଷ୍ୟ କୋଲକାତା ପାଇଁ ସହଜ ନଥିଲା । ଆରମ୍ଭରୁ କୋଲକାତା ଝଟକା ଖାଇଥିଲା । ଦଳର ୩ଜଣ ବ୍ୟାଟ୍ସମ୍ୟାନ୍‌ ସୁଭମନ୍‌ ଗିଲ୍‌, ଆନ୍ଧ୍ରେ ରସେଲ୍‌ ଓ ରାହୁଲ ତ୍ରିପାଠୀଙ୍କ ବ୍ୟତୀତ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରିନଥିଲେ । ଶୁଭମନ୍‌ ୨୫ବଲରୁ ୩୪, ରସେଲ ୧୦ବଲରୁ ୧୬ ଏବଂ ରାହୁଲ ତ୍ରିପାଠୀ ୧୨ବଲରୁ ୧୬ରନ କରିଥିଲେ । ଅଧିନାୟକ ଦିନେଶ କାର୍ତ୍ତିକ ବିଫଳ ହେବାରୁ ମଧ୍ୟମକ୍ରମ ଭ ୁ ଶୁ ଡ ି ଯ । ଇ ଥ ି ଲ । । ବୋଲିଂରେ ବାଙ୍ଗାଲୋର କି୍ରସ୍‌ ମୋରିସ୍‌ ଓ ୱାଶିଂଟନ୍‌ ସୁନ୍ଦର ୨ଟି ଲେଖାଏଁ ତଥା ନବଦୀପ ସାଇନି, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ଓ ଇଶୁରୁ ଉଦାନା ଗୋଟିଏ କରି ୱିକେଟ ସଫଳତା ହାସଲ କରିଥିଲେ । ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆରୋନ୍‌ ଫିଞ୍ଚ ୪୭, ଦେବଦୂତ ପଡିକାଲ ୨୩ବଲରୁ ୩୨, ଅଧିନାୟକ କୋହଲି ୨୮ବଲରୁ ୩୩ ଏବଂ ଡିଭିଲିୟର୍ସ ୩୩ବଲରୁ ୭୩ରନ୍‌ କରିବାରୁ ଦଳୀୟ ସ୍କୋର ୧୯୪/୨ ରନ୍‌ରେ ପହଞ୍ଚିଥିଲା ।

Leave A Reply