ସାରଝା,୧୨ା୧୦(ଏଜେନ୍ସି): ଆଇପିଏଲ୍ର ୨୮ତମ ମ୍ୟାଚ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟରାଇଡର୍ସ ଭେଟାଭେଟି ହୋଇଛନ୍ତି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ ୧୯୪/୨ ରନ୍ କରିଥିଲା । ଫଳରେ କୋଲକାତା ନାଇଟ ରାଇଡର୍ସ ପାଇଁ ୧୯୫ ରନ୍ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଶେଷ ଖବର ସୁଦ୍ଧା କୋଲକାତା ବ୍ୟାଟିଂ ଆରମ୍ଭ କରି ପ୍ରଥମ ଓଭରରେ ବିନା କୌଣସି ୱିକେଟ୍ ହରାଇ ୬ ରନ୍ କରିଥିଲା । ଶୁଭମନ ଗିଲ୍ ୫ ଓ ଟମ୍ ବଣ୍ଟନ ୧ ରନ କରି ଅପରାଜିତ ଥିଲେ । ଟସ୍ ଜିତି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଫିଞ୍ଚଙ୍କ ସହ ଦେବଦୂତ ପଡିକାଲ ଇନିଂସ୍ ଓପନ କରିଥିଲେ । ଦୁହେଁ ପ୍ରଥମେ ୱିକେଟ ପାଇଁ ୬୭ ରନ୍ ସଂଗ୍ରହ କରିଥିଲେ । ଫିଞ୍ଚ ୩୭ ବଲ୍ରୁ ୪ଟି ଚୌକା ଓ ଗୋଟିଏ ଛକା ମାରି ୪୭ ରନ୍ କରିଥିବା ବେଳେ ପଡିକାଲ ୨୩ ବଲ୍ରୁ ୩୨ ରନ୍ କରିଥିଲେ । ସେହିଭଳି ଅଧିନାୟକ ବିରାଟ କୋହଲି ୨୮ ବଲ୍ରୁ ୩୩ ରନ୍ ଏବଂ ଡିଭିଲିୟର୍ସ ୩୩ ବଲରୁ ୫ଟି ଚୌକା ଓ ୬ଟି ଛକା ମାରି ଅପରାଜିତ ୭୩ ରନ୍ କରିଥିଲେ ।