Odisha news

ଦିଲ୍ଲୀର ବିଜୟ ରଥ ଅଟକିଲା

0

ଆବୁଧାବୀ,୧୨ା୧୦(ଏଜେନ୍ସି): ଆଇପିଏଲ୍‌ର ୨୭ତମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଧମାକାଦାର ବିଜୟ ହାସଲ କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଦଳ ୫ ୱିକେଟ୍‌ରେ ବିଜୟ ହାସଲ କରି ୧୦ ପଏଣ୍ଟ ସହ ଟେବୁଲର ଶୀର୍ଷକୁ ଫେରିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍‌ ହରାଇ ୧୬୨ ରନ୍‌ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୯.୪ ଓଭରରେ ୧୬୬/୫ ରନ୍‌ କରି ବିଜୟୀ ହୋଇଥିଲା । ଜମାଣିଆ ପ୍ରଦର୍ଶନ ପାଇଁ କ୍ୱିଣ୍ଟନ ଡିକକ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା ୧୬୩ ରନ୍‌ର ବିଜୟଲକ୍ଷ୍ୟକୁ ଫିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳୀୟ ସ୍କୋର ୩୧ ରନ୍‌ ବେଳେ ଅଧିନାୟକ ରୋହିତ ଶର୍ମା (୫ ରନ୍‌)ଙ୍କୁ ହରାଇଥିଲା । ଏହି ୱିକେଟ୍‌ ପତନ ପରେ କ୍ୱିଣ୍ଟନ ଡିକକ୍‌ ଓ ସୂର୍ଯ୍ୟ କୁମାର ଯାଦବ ଦଳର ବ୍ୟାଟିଂ ମଙ୍ଗ ଧରିଥିଲେ । ଡିକକ୍‌ ୩୬ ବଲ୍‌ରୁ ୪ଟି ଚୌକା ଓ ୩ଟି ଛକା ମାରି ୫୩ ରନ୍‌ ତଥା ସୂର୍ଯ୍ୟ କୁମାର ୩୨ ବଲ୍‌ରୁ ୬ ଚୌକା ଓ ଗୋଟିଏ ଛକା ମାରି ୫୩ ରନ୍‌ କରିଥିଲେ ।

Leave A Reply