ସେଲି ପଟ୍ଟନାୟକ : ନବରାତ୍ରି ସନାତନ ଧର୍ମର ପ୍ରମୁଖ ପର୍ବ ଅଟେ l ଏହି ସମୟରେ ୯ ରାତି ଓ ୧୦ ଦିନ ପର୍ଯ୍ୟନ୍ତ ମା ଶକ୍ତିମୟୀଙ୍କର ୯ ଟି ରୁପକୁ ପୂଜା କରାଯାଇଥାଏ l କିନ୍ତୁ ନବରାତ୍ରି ସମୟରେ ମାଙ୍କ ପୂଜାର ନିୟମକୁ ବିଶେଷ ଭାବେ ପାଳନ କରାଯାଇଥାଏ l କାରଣ ଶକ୍ତି ଦାୟିନୀ ମାଙ୍କର ପୂଜାରେ କୌଣସି ପ୍ରକାର ବ୍ୟତିକ୍ରମ ହେବା ଉଚିତ ନୁହେଁ l ସାଧାରଣତଃ ଆମେ ପୂଜା କରିବା ସମୟରେ ବିଶେଷ କରି କେତୋଟି କଥାର ଧ୍ୟାନ ରଖିବା ଆବଶ୍ୟକ l
ପୂଜା କରିବାର ବିଦ୍ଧି –
ଏମିତିରେ ଯେକୌଣସି ପୂଜା କଲାବେଳେ ଆମେ ଆସନ ପକାଇ ତାଉପରେ ବସି ପୂଜା କରିଥାଉ ,ସେହିଭଳି ଭାବରେ ମାଙ୍କର ପୂଜା କଲା ବେଳେ ଆସନ ପକାଇ ବସିବା ଉଚିତ l ୯ ଦିନ ପର୍ଯ୍ୟନ୍ତ ମାଙ୍କ ପାଖରେ ଅଖଣ୍ଡ ଦୀପ ଲଗାଇବାକୁ ଭୁଲିବେ ନାହିଁ ,କାରଣ ଘର ବାହାରେ ଓ ମାଙ୍କ ପାଖରେ ଦୀପ ଲଗାଇବା ଅନିରବର୍ଜ୍ୟ ଅଟେ l ମାଙ୍କର ଲାଲ ରଙ୍ଗ ଅତ୍ୟନ୍ତ ପ୍ରିୟ ,ମାଙ୍କର ଆସ୍ଥାନ ଓ ବସ୍ତ୍ର ଲାଲ ରଙ୍ଗର ହେବ ଆବଶ୍ୟକ ଏହା ଧ୍ୟାନ ରଖିବେ l ଏହା ବ୍ୟତୀତ ଏହି ୯ ଦିନ ମାଙ୍କୁ ଅଲଗା ଅଲଗା ରଙ୍ଗର ବସ୍ତ୍ର ପିନ୍ଧାଇ ପାରିବେ l
ଘରକୁ ବନ୍ଧୁ ଆସିଲେ ଏହିସବୁ କଥାର ଧ୍ୟାନ ରଖିବେ –
ମା ଜଗତ ଜନନୀ ହେଉଛନ୍ତି ଅର୍ଣ୍ଣପୂର୍ଣ୍ଣା l ତାଙ୍କ ଭଣ୍ଡାର ସବୁବେଳେ ଭରିହୋଇ ରହିଥାଏ l ମା କେବେବି ଚାହେଁନି ତାର ସନ୍ତାନ ଉପବାସରେ ରହୁ l ବାସନ୍ତିକ ଦୁର୍ଗାପୂଜା ହେଉ କିମ୍ବା ଶାରଦୀୟ ନବରାତ୍ରି ହେଉ ଯଦି ଘରକୁ କେହି ବନ୍ଧୁ ଆସୁଛନ୍ତି ତେବେ ସେ ଯେମିତି ଭୋକିଲା ନଯାନ୍ତୁ l କାରଣ ତାଙ୍କ ପେଟକୁ ଯଦି ଖାଦ୍ୟ ଯିବା ତେବେ ମାଙ୍କ ହୃଦୟରୁ ଆଶୀର୍ବାଦ ଆସିବା l ଏହା ବ୍ୟତୀତ ଘରକୁ ଯଦି କେହି ଛୋଟ କନ୍ୟା ଆସୁଛନ୍ତି ତେବେ ତାଙ୍କୁ ଖାଲି ହାତରେ ଯିବାକୁ ଦେବେ ନାହିଁ l କାରଣ ଏହି କନ୍ୟାମାନେ ମାଙ୍କର ରୂପ ହୋଇଥାନ୍ତି l ତେଣୁ ତାଙ୍କୁ ଖାଦ୍ୟ ସହିତ ଚୁଡ଼ି ଓ ସିନ୍ଦୁର ଅଳତା ପ୍ରଦାନ କରିବେ l
ମାଙ୍କୁ କୋଉ ଭୋଗ ଅର୍ପଣ କରିବେ –
ନାବରାତ୍ରୀର ୯ ଦିନ ପର୍ଯ୍ୟନ୍ତ ମାଙ୍କ ପାଖରେ ବିଭିନ୍ନ ଜିଣିଷ ଭୋଗ ହୋଇଥାଏ ,ସାଧାରଣତଃ ମିଠା ଜିନିଷ ଅଧିକ ଭୋଗ ହୁଏ l ତେଣୁ ଏହି କଥାକୁ ଧ୍ୟାନରେ ରଖି କ୍ଷୀରି ,ପୁରୀ ,ହାଲୁଆ ଇତ୍ୟାଦି ମାଙ୍କ ପାଖରେ ସମର୍ପଣ କରି ନିଜେ ଖାଇବେ l ଏହି ସମୟରେ ଦାଢ଼ି ଛୁଟି ନଖ ଇତ୍ୟାଦି ଭୁଲରେ କାଟିବେ ନାହିଁ l ତା ସହିତ ପାଵିତ୍ର ମନରେ ରହି ହିଂସା ଓ କ୍ରୋଧ ଦୂରକାରୀ ମାଙ୍କୁ ଧ୍ୟାନ କରିବେ l
ମାଙ୍କର ପ୍ରିୟ ରଙ୍ଗ ଲାଲ ହୋଇଥିବାରୁ ମାଙ୍କୁ ଲାଲ ବସ୍ତ୍ର ପିନ୍ଧାଇବା ସହିତ ନିଜେ ମଧ୍ୟ ଲାଲ ରଙ୍ଗର ବସ୍ତ୍ର ଧାରଣା କରିବେ l ଲାଲ ରଙ୍ଗର ପୁଷ୍ପ ଯେପରିକି ମନ୍ଦାର ଫୁଲ ମାଙ୍କୁ ବେଲପତ୍ର ସହିତ ଅର୍ପଣ କରିବେ l ଦୁବ ବରକୋଳି ପତ୍ର ସମର୍ପଣ କରି ଦୁର୍ଗା ଚାଳିଶ ପାଠକରି ମାଙ୍କୁ ପୂଜା କରିବେ l ଯଦି ଆପଣ ନବରାତ୍ରି ଉପବାସ କରିବେ ତେବେ ପିଆଜ ଓ ରସୁଣ ଯୁକ୍ତ ଖାଦ୍ୟ ପରିତ୍ୟାଗ କରିବେ l