ଭାରତୀୟ ମାନଙ୍କର ପ୍ରିୟ ଜଳଖିଆ ଇଟିଲି ସାରା ବିଶ୍ୱରେ ପ୍ରସିଦ୍ଧ ହୋଇ ସାରିଛି l ଏହା ଭାରତର ଦକ୍ଷିଣ ଭାରତରୁ ପ୍ରଥମେ ଖାଇବା ଆରମ୍ଭ ହୋଇଥିଲା ,କିନ୍ତୁ ଧୀରେଧୀରେ ଏହା ସମସ୍ତ ରାଜ୍ୟରେ ଗୋଟିଏ ପ୍ରିୟ ଜଳଖିଆ ଭାବରେ ଜଣାଶୁଣା ହୋଇଗଲା l ଗୁରୁବାର ଦିନ କିଛି ଏପରି ହେଲା ଯାହାକୁ ନେଇ ଇଟିଲି ଆଉଥରେ ଚର୍ଚାକୁ ଆସିଲା l ଗୁରୁବାର ଦିନ ଏଡ଼ବଡ଼ ଏଣ୍ଡର୍ସନ ନିଜ ଟ୍ୱିଟର ଆକାଉଣ୍ଡ ରେ ଟ୍ୱିଟ କରି ଇଟିଲିକୁ ଦୁନିଆର ସବୁଠୁ ବୋରିଙ୍ଗ ଜିନିଷ ବୋଲି କହିଥିଲେ l ଏହାପରେ ଇଟିଲିକୁ ପସନ୍ଦ କରୁଥିବା ଲୋକମାନେ ତାଙ୍କୁ ଜବାବ ଦେବା ଆରମ୍ଭ କରିଥିଲେ ଓ କିଛି ସମୟପରେ ଇଟିଲି ଟ୍ରେଣ୍ଡ ହେବାକୁ ଲାଗିଲା l
ଏଣ୍ଡର୍ସନଙ୍କ ଏହି ଟ୍ୱିଟକୁ କିଛି ଲୋକ ନିନ୍ଦା କରିଥିଲେ କିନ୍ତୁ ଆଉକିଛି ଲୋକ ସମର୍ଥନ କରିଥିଲେ l ଅଧିକାଂଶ ଲୋକ ମତ ଦେଇଛନ୍ତି ଯେ ଇଟିଲି କାହା ସହିତ ଖିଆ ଯାଏ ତାହା ମଧ୍ୟ ନିର୍ଭର କରେ ,ଯେପରିକି ଚଟଣି ଓ ରଙ୍ଗଯୁକ୍ତ ସମ୍ବର l ଟ୍ୱିଟରର ଜଣେ ୟୁଜର ଦେବାଙ୍ଗ ଭଣ୍ଡାରୀ ଲେଖିଲେ ଏହା ବିଲକୁଲ ଭୁଲ ଅଟେ ବଟର ଇଟିଲି ବହୁତ ସ୍ୱାଦିଷ୍ଟ ଅଟେ l ଏହା ନିର୍ଭର କରେ ଲୋକମାଙ୍କର ଟେଷ୍ଟକୁ ନେଇ l ଆଉ ଜଣେ ୟୁଜର କରପା ଲେଖିଲେ ଇଟିଲି ଚିକେନ ସହିତ ଖାଇଲେ ରଙ୍ଗ ହୀନ ଲାଗେନାହିଁ l ତା ସହିତ ସେ କହିଛନ୍ତି କୌଣସି ଖାଦ୍ୟ ରଙ୍ଗ ହୀନ କିମ୍ବା ସ୍ୱାଦ ହୀନ ହୋଇ ନଥାଏ l ପ୍ରତ୍ୱେକଟି ଖାଦ୍ୟର ନିଜସ୍ୱ ମହତ୍ୱ ଅଛି l
କଂଗ୍ରେସର ସାଂସଦ ମାନେ ମଧ୍ୟ ଏହି ଟ୍ଵିଟରେ ଭାଗ ନେବା ଆରମ୍ଭ କଲେ ଓ ଲେଖିଲେ ଇଟିଲି ନଡ଼ିଆ ଚଟଣି ସହିତ ସ୍ୱାଦଯୁକ୍ତ ହୋଇଥାଏ l କିଛି ସମୟପରେ ଲୋକମାନେ ଇଟିଲିକୁ ଛାଡି ସମ୍ବର ଉପରେ ଚର୍ଚା କରିବାକୁ ଆରମ୍ଭ କଲେ l କିଛି ଲୋକ ତାମିଲ ନାଡ଼ୁର ସମ୍ବରର ପ୍ରଶଂସା କରିଥିଲେତ ଆଉ କିଛି ଲୋକ ଆନ୍ଧ୍ର ପ୍ରଦେଶର ସମ୍ବରକୁ ସ୍ୱାଦିଷ୍ଟ ଯୁକ୍ତ କହିଲେ l ଇଟିଲି ପାଇଁ ସମ୍ବରର ମର୍ଯ୍ୟାଦା ବଢିଥାଏ ବୋଲି ମତ ଦେଇଥିଲେ l