Odisha news

ମା ଉଦ୍ଧାରିବେ କି ମାନବ ସାମାଜକୁ

0

ପଦ୍ମଜା ପଟ୍ଟନାୟକ  : ଦୁର୍ଗା ପୂଜା ହିନ୍ଦୁ ମାନଙ୍କର ପ୍ରସିଦ୍ଧ ପର୍ବ ,ମା ଦୁର୍ଗା ଆମପାଇଁ ଶକ୍ତି ଦାୟିନୀ ଅଟନ୍ତି l ମହିଷାସୁରକୁ ବଦ୍ଧ କରି ପୃଥିବୀରୁ ପାପର ଭରା ହଟାଇ ଧର୍ମର ସ୍ଥାପନ କରିଥିଲେ ମା ଦୁର୍ଗା l ହିନ୍ଦୁ ମାନଙ୍କ ପାଇଁ ଏହା ଏକ ପର୍ବ ସହିତ ବନ୍ଧୁ ମିଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସମାରୋହ ଅଟେ ଦୁର୍ଗା ପୂଜା l ଏହି ସମୟରେ ଅଧିକାଂଶ ଲୋକ ନିଜ ମନର ଅଭିଳାଷ ଜଣାଇ ମାଙ୍କ ପାଖରେ ରଖିଥାନ୍ତି ନବରାତ୍ରି ବ୍ରତ l ଉପବାସ ରହି ବ୍ରତ ପାଳନ କରନ୍ତି l ଦଶହରା ପର୍ବ ଦଶ ଦିନର ଗୋଟିଏ ସମାରୋହ ଅଟେ l ଦଶହରା ପର୍ବର ଶେଷ ୫ ଦିନ ମହତ୍ୱପୂର୍ଣ୍ଣ ,ଷଷ୍ଠୀ ,ସପ୍ତମୀ ,ଅଷ୍ଟମୀ ,ମହାନବମୀ ଓ ବିଜୟା ଦଶମୀ l ଦୁର୍ଗା ପୂଜା ବହୁତ ଆଡମ୍ବର ସହକାରେ ଭାରତର ପ୍ରତ୍ୟକ ଜାଗାରେ ପାଳନ କରାଯାଏ କିନ୍ତୁ ଓଡ଼ିଶାରେ କିଛି ନିୟାର ଢ଼ଙ୍ଗରେ ପାଳିତ ହୁଏ l

ଦୁର୍ଗା ପୂଜା ଭାରତ ବର୍ଷରେ କେଉଁ ପୁରୁଣା ଯୁଗରୁ ପାଳିତ ହେଉଛି ,ଯେବେଠୁ ଭଗବାନ ରାମଚନ୍ଦ୍ର ରାବଣକୁ ବଦ୍ଧ କରିବା ପୂର୍ବରୁ ମାଙ୍କୁ ପ୍ରାଥନା କରି  ମାଗିଥିଲେ l ରାମାୟଣ ଯୁଗରୁ ଦୁର୍ଗା ପୂଜାର ମହତ୍ୱ ରହିଛି l ଦଶହରା ଦିନ ପ୍ରଭୁ ରାମଚନ୍ଦ୍ର ରାବଣ ଭଳି ରାକ୍ଷସକୁ ବଦ୍ଧ କରି ମା ସୀତାଙ୍କୁ ଉଦ୍ଧାର କରିଥିଲେ l ଦୁର୍ଗା ପୂଜାରେ ଓଡ଼ିଶାରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ନେଇ ବଡ ବଡ ତ୍ୱରଣ ସଜା ହୁଏ l ରାତ୍ରିର ଅନ୍ଧକାରରେ ସେହି ତ୍ୱରଣ ଗୁଡିକ ଝଲମଲ ହୋଇ ବିଜୁଳି ଆଲୋକରେ ଝଲସୁଥାନ୍ତି l ଦୁର୍ଗା ପୂଜା ହେଉଥିବା ମେଧା ଗୁଡିକ ପାଖରେ ଘଣ୍ଟ ଘଣ୍ଟା ହୁଳହୁଳି ଶବ୍ଦରେ ମୁଖରିତ ହେଉଥାଏ l ସେହି ଧ୍ୱନି ଧାରା ପୃଷ୍ଠାକୁ ଗୋଟିଏ ପବିତ୍ର ବାତାବରଣକୁ ପବିତ୍ର କରିଥାଏ l

ଦଶହରା ସମୟରେ ଗାଁ ଠାରୁ ନେଇ ସହର ପର୍ଯ୍ୟନ୍ତ ପ୍ରାୟତଃ ସମସ୍ତ ସ୍ଥାନରେ ଛୋଟ ଓ ବଡ ଆକାରର ମେଳା ଲାଗେ l ଖଟିଖିଆ ଠାରୁ ଆରମ୍ଭ କରି ପଇସା ଵାଲା ଲୋକ ପର୍ଯ୍ୟନ୍ତ ସମସ୍ତଙ୍କର ସେହି ମେଳାରେ ଭିଡ ହୋଇଥାଏ l ବିଭିନ୍ନ ପ୍ରକାର ଖାଇବା ଜିନିଷ ଦୋକାନ ,ଖେଳନା ଦୋକାନ ,କପଡା ଦୋକାନ ଓ ବାସନା ଦୋକାନ ଇତ୍ୟାଦି ମେଳାରେ ଦେଖିବାକୁ ମିଳେ l ବେପାରୀ ଭାଇମାନେ ବେଶ ଦୁଇପଇସା ରୋଜଗାର କରନ୍ତି l ତାଙ୍କ ସଂସାର ମଧ୍ୟ କିଛି ଦିନ ସୁରୁଖୁର ଚାଲିଯାଏ l

କିନ୍ତୁ ଚଳିତ ବର୍ଷ ସେଭଳି ଜାକଜମକ ଆଉ ଦେଖିବାକୁ ମିଳିବ ନାହିଁ l କୋଭିଡି କଟକଣା ଯୋଗୁ ସବୁ କିଛି ଫିକା ଫିକା ଲାଗିବ l ଆଉ ପୂର୍ବ ବର୍ଷ ମାନଙ୍କ ଭଳି ମେଳାର ଅସାର ଓ ସାଂସ୍କୃତିକ କାର୍ଯ୍ୟ କ୍ରମ କରାଯିବ ନାହିଁ l ସମସ୍ତେ ଘରେ ରହି ମହିସାମର୍ଦିନିଙ୍କୁ ପୂଜା କରିବେ ଓ ଦଶହରା ପାଳନ କରିବେ l ଆସନ୍ତୁ ସମସ୍ତେ ଏକ ସ୍ୱରରେ ମାଙ୍କୁ ପାର୍ଥନା କରିବା l କହିବା ହେ ମା ,ଏହି କୋଭିଡି ରାକ୍ଷସକୁ ସଂହାର କରି ମାନବ ସମାଜକୁ ଉଦ୍ଧାର କର l ମା ନିଶ୍ଚିତ ତାଙ୍କ ପିଲାମାନଙ୍କର ଡାକ ଶୁଣିବେ ଓ ଆମକୁ କୋଭିଡି କବଳରୁ ରକ୍ଷା କରିବ l

Leave A Reply