ପୁରୀ,୨୭ା୯ :ଆଜି ଚିହ୍ନଟ ୧୮୪ ନୂତନ ପଜିଟିଭଙ୍କୁ ମିଶାଇ ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬୨୫ରେ ପହଞ୍ଚିଛି । ଚିହ୍ନଟ ନୂତନ ପଜିଟିଭମାନଙ୍କ ମଧ୍ୟରେ ବିଭିନ୍ନ ବ୍ଲକ ଅଞ୍ଚଳରୁ ୧୩୩ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳ ପୁର ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୫୧ଜଣ । ଇତି ମଧ୍ୟରେ ପୁରୀ ଜିଲ୍ଲାରେମୋଟ ୮୮,୪୩୯ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୬୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ଆଜି ସୁଦ୍ଧା ୭୭୮୦ଜଣ ସୁସ୍ଥ ହୋଇଘରକୁ ଫେରିଥିବା ବେଳେ ୫୦ ଜଣ କରୋନା ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୭୯୫ କରୋନା ଆକ୍ରାନ୍ତ ଚିକିତ୍ସାଧିନଥିବାବେଳେ ଜିଲ୍ଲାରେ ଆଜି ସୁଦ୍ଧା ୨୬ ଟି କଣ୍ଟେନମେ ଜୋନ୍ ରହିଛି । କେବଳ ପୁରୀ ମୁ୍ୟନିସପାଲିଟି ଅଞ୍ଚଳରେ ୩୨୧୩ଜଣ ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ୪୭୦ଜଣ ସକ୍ରିୟ ସଂକ୍ରମିତ ଚିକିସôାଧିନ ଅଛନ୍ତି । ସେହିପରି ପୁରୀ ଜିଲ୍ଲାର ପିପିଲି ବ୍ଲକରେ ୬୨୦ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବାବେଳେ ୪୭ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଡେଲାଙ୍ଗ ବ୍ଲକରେ ୨୫୪ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । କଣାସ ବ୍ଲକରେ ୫୦୨ଟି ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୩ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ସେହିପରି ବ୍ରହ୍ମଗିରିର ଚିହ୍ନଟ୬୭୭ପଜିଟିଭଙ୍କ ମଧ୍ୟରୁ ୧୭୧ ସକ୍ରିୟ ସଂକ୍ରମିତ ଓ ପୁରୀସଦର ବ୍ଲକରୁ ଚିହ୍ନଟ ୧୦୮୪ପଜିଟିଭ ମଧ୍ୟରୁ ୨୨୨ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତ ।
ଗୋପ ବ୍ଲକରେ ୫୬୯ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୧୩୩ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନଥିବାବେଳ କାକଟପୁର ବ୍ଲକର ଚିହ୍ନଟ ୫୯୬ପଜିଟିଭଙ୍କ ମଧ୍ୟରୁ ୧୩୩ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ନିମାପଡ଼ା ବ୍ଳକରେ ଚିହ୍ନଟ ୭୦୪ପଜିଟିଭଙ୍କ ମଧ୍ୟରୁ ୯୧ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଥିବାବେଳେ ଅସ୍ତରଙ୍ଗ ବ୍ଲକରେ ଚିହ୍ନଟ ୪୮୮ଜଣ ପଜିଟିଭଙ୍କ ମଧ୍ୟରୁ ୧୭୭ଜଣ , ସତ୍ୟବାଦୀ ବ୍ଲକରେ ୬୨୪ଟି ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୪୪ଜଣ, କୃଷ୍ଣପ୍ରସାଦ ବ୍ଲକରେ ୨୫୭ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଅନ୍ୟପକ୍ଷରେ କୋଣାର୍କ ଏନ୍ଏସିର ଚିହ୍ନଟ ୫ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ସକ୍ରିୟ ଚିକିତ୍ସାଧିନ ଥିବା ବେଳେ ପିପିଲି ଏନ୍ଏସିର ଚିହ୍ନଟ ୮ ଜଣ ପଜିଟିଭ୍ ଓ ନିମାପଡ଼ା ଏନ୍ଏସିର ଚିହ୍ନଟ ୨୪ କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଥିବା ଜଣାଯାଇଛି