Odisha news

ବିଜେପି ପକ୍ଷରୁ ଜାଗୁଳାରେ ସେବା ସପ୍ତାହ ପାଳିତ

0

ଧାମରା,୨୭ ।୦୯ :ଧାମରାସ୍ଥିତ ଜାଗୁଳା ଜିପି ହାଇସ୍କୁଲ୍‍ ପରିସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ ତମ ଜୟନ୍ତୀ ଉପଲକ୍ଷେ ସେବା ସପ୍ତାହ ପାଳିତ ହୋଇଛି । ମା ଧାମରାଈ ମଣ୍ଡଳୀ ପକ୍ଷରୁ ଏହା ପାଳନ କରାଯାଇଛି । ଏହି ଅବସରରେ ଏକ ରକ୍ତଦାନ ଶିବିର କରାଯାଇଛି । ଏହି ଶିବିରକୁ ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ ଉଦ୍‍ଘାଟନ କରିଛନ୍ତି । ଏହି ଉସ୍‍ିବରେ ବିଜେପି ନେତା କାହ୍ନìବେହେରା, ଜୟକୃଷ୍ଣ ଜେନା, କମଳାକାନ୍ତ ସୂତାର, ପ୍ରମୋଦ ନାୟକ, ଦେବେନ୍ଦ୍ର ନାୟକ, ତ୍ରିଲୋଚନ ପ୍ରଧାନ, ସରୋଜ ଲେଙ୍କା ପ୍ରମୁଖ ଅତିଥି ଥିଲେ ।

କେନ୍ଦ୍ର ସରକାରଙ୍କ ଲୋକ ହିତକର ଯୋଜନା ପାଇଁ ଆଜି ସାରା ଦେଶ ସୁନାମ ଅର୍ଜନ କରିଛି । କୃଷି-କୃଷକ, ଶିକ୍ଷା-ସ୍ୱାସ୍ଥ୍ୟ , ଗମନା ଗମନ ଆଦି କ୍ଷେତ୍ରରେ ଭାରତ ଆଗେଇ ଚାଲିଛି ବୋଲି ବକ୍ତାମାନେ କହିଛନ୍ତି । ରକ୍ତ ଦାନ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଛି । ଏହି ଶିବିରରେ ମୋଟ ୫୫ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି କର୍ମୀ କାଳନ୍ଦୀ ବାରିକ, ମନୋଜ ଲେଙ୍କା, ଦୈତାରି ଦାସ, ଆଲୋକ ରାଉଳ, ମନୋଜ ଲେଙ୍କା, ତ୍ରିଦ୍ୱିବେଶ ପ୍ରଧାନ, ପ୍ରଦୀପ ରାଉତ, ଅକ୍ଷୟ ମାଝୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଛନ୍ତି

Leave A Reply