କୁଜଙ୍ଗ,୨୭ା୯: କଟକ-ପାରାଦ୍ୱୀପ ରେଳପଥରେ ପୂର୍ବ ଅପେକ୍ଷା ରେଳରୁ କୋଇଲା ଚୋରି ମାତ୍ରା କମିବାର ନାଁ ଧରୁନି । ଚଳିତ ଲକ୍ଡାଉନ୍ ଅବଧୀ ଏହି କୋଇଲା ଚୋରଙ୍କୁ ସୁହାଉଥିବା ଅଭିଯୋଗ ହୋଇଛି । ରେଳବାଇ ଅଧିକାରୀଙ୍କ ସୂଚନା ଦେଇଥିବା ଜନୈକ ସୂଚନା ଦାତାଙ୍କୁ ଆକ୍ରମଣ କରିବା ଘଟଣା ଛଅମାସ ବିତିଯାଇଥିବା ବେଳେ ଆକ୍ରମଣକାରୀଙ୍କୁ ଗିରଫ କରୁନାହିଁ ପୁଲିସ ।
ଏହି ଘଟଣାରେ ରେଳବାଇ ସ୍ପେସାଲ କ୍ରାଇମ୍ବ୍ରାଞ୍ଚ୍ ତରଫରୁ ବହୁବାର ତଦନ୍ତ କରାଯାଇଥିଲେ ମଧ୍ୟ ପିଡୀତ ନ୍ୟାୟ ଅପେକ୍ଷାରେ ରହିଥିବା କହିଛନ୍ତି । କେତକ ଅଧିକାରୀ ଓ କୋଇଲା ଚୋରଙ୍କ ସହ ଭିତିରି ସମ୍ପର୍କ ଓ ଲକ୍ଡାଉନ୍ର ବାହାନା ଯୋଗୁ ରେଳରୁ କୋଇଲା ଚୋରି ହେବାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।