ଜଳେଶ୍ୱର-୨୬/୦୯ : -ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ବିଛିନ୍ନାଞ୍ଚଳଭାବେ ପରିଚିତ ତଥା ଆଦିବାସୀ ଅଧ୍ୟୁସିତ ରାଇବଣିଆରେ ଖୋଲିଛି ଏକ ଏଟିଏମ୍ । ଫଳରେ ସେ ଅଂଚଳରେ ଥିବା ୧୪ଟି ପଂଚାୟତବାସୀଙ୍କ ମନରେ ଖୁସୀର ଲହରି ଖେଳି ଯାଇଛି । ରାଇବଣିଆର ତିନିପଟେ ସୁବର୍ଣ୍ଣରେଖା ନଦୀ ଥିବା ବେଳେ ପ୍ରତ୍ୟେକ କାର୍ଯ୍ୟପାଇଁ ବ୍ଲକ ସଦର ମହାକୁମା ଜଳେଶ୍ୱରକୁ ଆସିବାକୁ ପଡିଥାଏ । ୧୪ଟି ପଂଚାୟତର ପ୍ରାୟ ୧ଲକ୍ଷ ଲୋକ ମାତ୍ର ୩ଟି ବ୍ୟାଙ୍କ ଉପରେ ନିର୍ଭର କରୁଥିବାରୁ ପ୍ରତିଦିନ ବ୍ୟାଙ୍କ ଆଗରେ ଖରା, ବର୍ଷା, ଶୀତ ସହି ଶହ ଶହ ଲୋକ ଲାଇନ୍ରେ ଥାନ୍ତି । କିନ୍ତୁ ବହୁ ବ୍ୟକ୍ତିଙ୍କର ଆବେଦନ ଓ ଦାବି ଫଳରେ ୟୁନିୟନ ବ୍ୟାଙ୍କ, ଜଳେଶ୍ୱର ଶାଖା ପକ୍ଷରୁ ଚମାରଗାଁ ପଂଚାୟତର ଚାଫଲା ବାସନ୍ତ ିପଡିଆଠାରେ ଏକ ଏଟିଏମ୍ ସେବା ଯୋଗାଇ ଦିଆଯାଇଛି । ଏହି ସେବା ଲୋକାର୍ପିତ ହେବାବେଳେ ପୂର୍ବତନ ସରପଂଚ କୃଷ୍ଣ ପ୍ରସାଦ ଦାସ, ସମାଜସେବୀ ମନୋରଂଜନ ଦେ, ବିଜୟ କେତନ ଜେନା, ଦେବାଶିଷ ଦାସ, ପ୍ରବୀର ଚାନ୍ଦ ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ଏଟିଏମ୍ସେବା ଖୋଲାହେବାପରେ ସେ ଅଂଚଳର ଖୁସୀର ଲହରୀ ଖେଳି ଯାଇଛି ।