ଭଞ୍ଜନଗର,୨୬/୯(ଆପ୍ର)ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ଶବକୁ ଉଦ୍ଧାର କରିଛି ତାରାସିଂ ପୁଲିସ । ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲଙ୍କ ସୁଚନା ପ୍ରକାରେ ଏହି ଥାନା ଅନ୍ତର୍ଗତ ଗାଲେରୀ ଫାଣ୍ଡି ଇଲାକାର ବଦାଙ୍ଗୀ ଗ୍ରାମ ନିକଟ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶବକୁ ଏକ ଗଛ ଦେହରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।
ଅନ୍ୟପକ୍ଷରେ ସଂପୃକ୍ତ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ଶବକୁ ପୁଲିସ ଉପସ୍ଥିତିରେ ଗଛରୁ ବାହାର କରି ତାର ବ୍ୟବଚ୍ଛଦ ପାଇଁ ପଠାଇ ଦିଆଯାଇଛି । ଏସଂପର୍କରେ ତାରାସିଂ ଥାନା କେଶ ନମ୍ବର-୨୬/୨୦ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଚନା ଦେଇଛନ୍ତି । ମୃତକଙ୍କ ପରିଚୟ ମିଳିପାରିନଥିବାରୁ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ତେବେ କାହିଁକି କେଉଁ ପରିସ୍ଥିତିରେ ଜଙ୍ଗଲ ମଧ୍ୟକୁ ସଂପୃକ୍ତ ବ୍ୟକ୍ତିଜଣକ ଯାଇଥିଲେ ତାର ମଧ୍ୟ କାରଣ ଅସ୍ପଷ୍ଟ ରହିଛି ।