ଆର, ଉଦୟଗିରି : ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ଅଞ୍ଚଳରେ ପୁଥକ୍ ପୁଥକ୍ ଭାବରେ ପୋଲିସ ଏବଂ ଅବକାରୀ ବିଭାଗ ଦ୍ବାରା ୨୮୦ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ କରାଯାଇଛି । ଆର,ଉଦୟଗିରି ଥାନା ବୁଧବାର ଦିନ ନୁଆଗଡ ବ୍ଲକର ଅନୁଗୁରୁ ପଞ୍ଚୟତର ଜାମୁସାହିର ଏଲିୟ ମାଝି ଓ ସାମ୍ସନ୍ ମାଝିଙ୍କ ଘରେ ଗଞ୍ଜେଇ ଥିବାର ପୁଲିସ ଖବର ପାଇ ସାମ୍ସନ୍ ମାଝୀଙ୍କ ଘର ପୁଲିସ ଚଢାଉ କରିଥିଲେ । ତାଙ୍କ ଘରୁ ୪ଟି ଜରି ଅଖାରେ ୧୩୦ କେଜି ଗଞ୍ଜେଇ ଥିଲା ତାକୁ ପୁଲିସ ଜବତ କରିଥିଲେ । ପୁଲିସ ଚଢାଉ ଖବର ପାଇ ସାମ୍ସନ୍ ଏବଂ ଧାଇଁ ପଲେଇଥିଲେ ।
ଏହି ଚଢାଉରେ ନୁଆଗଡ ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରାଧାନ ମାଜିଷ୍ଟ୍ରେଟ୍ ଦାୟତରେ ଥିଲେ ଏବଂ ସ୍ଥାନୀୟ ପୁଲିସ ଯାଇଥିଲେ । ଏନେଇ ଆର,ଉଦୟଗିରି ଥାନାରେ ୭୫\୨୦ କେସ୍ ରୁଜୁକରି ମୁଖ୍ୟ ଆସାମି ଗିରଫ କରିବା ଚେଷ୍ଟା ଚାଲିଛି ବୋଲି ପୁଲିସ ସୁତ୍ରରୁ ପ୍ରକାଶ । ସେହିପରି ମଙ୍ଗଳବାର ଆର,ଉଦୟଗିରି ଅବକାରୀ ବିଭାଗ ମହେନ୍ଦ୍ରଗଡ କଲୋନି ନିକଟରେ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଏକ ଗାଡି ( OD 20 9112) ଗାଡିକୁ ସନ୍ଦେହ କରି ଅଟକାଇ ଯାଞ୍ଚ କରିବରୁ ଗାଡିରୁ ୬ଟି ଜରି ବସ୍ତାରେ ପେକିଙ୍ଗ୍ ହୋଇଥିବା ଗଞ୍ଜେଇ ବାହାରିଥିଲା । ଏହା ଓଜନ ପ୍ରାୟ ୧୫୦ କେଜି ଥିବା ବେଳେ ଏହାର ଅନୁମାନିକ ମୂଲ୍ୟ ୭୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।
ଗଞ୍ଜେଇ ଚାଲାଣ ସଂପୁକ୍ତ ଡ୍ରାଇଭର ଅନିଲ ଲିମାକୁ ଗିରଫ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଛି । ଆର,ଉଦୟଗିରି ତହସିଲଦାର ସ୍କୃତି ରଞ୍ଜନ ସତପଥି ,ଅବକାରୀ ନିରୀକ୍ଷକ ପଦ୍ମ ଚରଣ ସାହୁ , ଉପ ନିରୀକ୍ଷକ ବୁନ୍ଦାବନ ମଣ୍ଡଳ ସଦଳବଳ ଚଢାଉରେ ସାମିଲି ହୋଇଥିଲେ । ଘଟଣା ଥିବା ଲୋକଙ୍କ ଠାରୁ ସୁଣିବାକୁ ମିଳୁଛି ଯେ ଗାଡିରେ ୨୦୦ କେଜି ଗଞ୍ଜେଇ ଉପରେ ୧୫ଟି ସିମେଣ୍ଟ ବସ୍ତା ଉପରେ ପକାଇ ଗାଡିରେ ଯାଉଥିବା ସମୟରେ ଅବକାରୀ ବିଭାଗ ସିମେଣ୍ଟ ସହ ଗଞ୍ଜେଇ ଜବତ କରିଥିଲେ । ମାତ୍ର କୋର୍ଟ ୧୫୦ କେଜି ଗଞ୍ଜେଇ ଜବତ ହେବାର ଦେଖାଥିଲେ ଜବତ ହୋଇଥିବା ସିମେଣ୍ଟ ଗଲା କୁଆଡେ ବୋଲି ପ୍ରଶ୍ନ ହେଉଛି ।