ରାୟଗଡା,୨୩ ।୯(ରବୀନ୍ଦ୍ର ପାଟଖଣ୍ଡଳ )- ଗର୍ଭରେ ଛୁଆ ନଥାଇ ଗର୍ଭବତୀ ଘଟଣାରେ ପ୍ରଶାସନର ଚରମ ଅବହେଳା ପଦାରେ ପଡିଛି । ଚିକିତ୍ସା ପାଇଁ ପ୍ରଶାସନ ଅଣ୍ଟା ଭିଡୁଭିଡୁ ମଙ୍ଗଳବାର ଦମୟନ୍ତି ଆଖି ବୁଜିଦେଇଛନ୍ତି । ଜୀଇଁବା ପାଇଁ କରିଚାଲିଥିବା ୪ବର୍ଷର ସଙ୍ଘର୍ଷରେ ଜବନିକା ପଡିଯାଇଛି । ସାହି ଭାଇ ଏକାଠି ହୋଇ ଗାଁ ମଶାଣିରେ ଦମୟନ୍ତିଙ୍କ ଶବ ସକ୍ରାର କରିଦେଇଛନ୍ତି । ଏବେ ପାହାଡ ତଳ ଟିକିରା ଗାଁ ମୁଣ୍ଡରେ ଥିବା କମଳ ଲୋଚନଙ୍କ ଘରେ ନୀରବତା ଛାଇଜାଇଛି । ଆଉ ସାରା ଗାଁଟା ନିସ୍ଥବ୍ଦ ହୋଇଯାଇଛି ।ଏହି ନିସ୍ଥବ୍ଦତା ଭିତରେ ସରକାରଙ୍କ ସ୍ୱାସ୍ଥ୍ୟସେବା ଯେ କେତେ ଗରିବଙ୍କ ପାଇଁ ସହାୟକ ତାହା ଚିତ୍କାର କରି କହୁଛି ।
ବାବୁ ମୋତେ ବଞ୍ଚେଇଦିଅ । ମୁଁ ଜିଇଁବାକୁ ଚାହେଁ । ଏଭଳି ଚିତ୍କାର ରାୟଗଡା ଜିଲା କଲ୍ୟାଣସିଂହପୁର ଗେଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଟିକିରା ଗାଁ ମୁଣ୍ଡରେ ଥିବା କମଳଲୋଚନ ସାହୁକାରଙ୍କ ଘରୁୁ ଆଉ ଶୁଣିବାକୁ ମିଳୁନାହିଁ । ସରକାରଙ୍କ ଚିକିତ୍ସା ସହାୟତାକୁ ଅନାଇ ଅନାଇ ସେ ମୃତ୍ୟୁକୁ ଆପଣାଇ ନେଇଛନ୍ତି । ଝିଅ ପୁଆ ଏବଂ ସ୍ୱାମୀଙ୍କ ଆଖିରୁ ଲୁହ ସରୁନାହି । ପ୍ରଶାସନର ପାରିବା ପଣିଆକୁ ଝିଙ୍ଗାସି ପରିବାର ଲୋକଙ୍କ ସହ ଗ୍ରାମବାସୀ ବାହୁନି ବାହୁନି କାନ୍ଦୁଛନ୍ତି । କଲ୍ୟାଣସଂହପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ଭୂଲ ଗୋଟିଏ ପରିବାରର ଦୁଇ ସନ୍ତାନ ନିଜର ମାାଁକୁ ହରାଇଛନ୍ତି । ଆଉ ସ୍ୱାମୀ ତ୍ରୀଲେଚନା ସାହୁକାର ନିଜ ସ୍ତ୍ରୀଙ୍କୁ ହରାଇଛି ।
୨୦୧୬ ମସିହାର ଘଟଣା । କମଳଲୋଚନ ସାହୁକାରଙ୍କ ପତ୍ନୀ ଦମୟନ୍ତୀଙ୍କ ପେଟ ଗୋଡହାତ ଫୁଲିବା ପରେ ମହିଳା ସ୍ୱାସ୍ଥ୍ୟକର୍ମୀ ପରେ ବାସନ୍ତି କାଡ୍ରାକା ଏବଂ ଡ଼ାକ୍ତର ବି ଲକ୍ଷ୍ମୀକାନ୍ତ ସାହୁ ଗର୍ଭରେ ସନ୍ତାନ ଟିଏ ଥିବା କହିଥିଲେ । ତେବେ ୧୦ମାସ ୧୦ଦିନ ପରେ ପ୍ରସବ ବେଳକୁ ଅଲଟ୍ରାସାଉଣ୍ଡ କରିବା ପରେ ପେଟରେ ଛୁଆଁ ନୁହେଁ ଟ୍ୟୁମର ଟିଏ ବଢ଼ୁଥିବା ଡାକ୍ତର ଜାଣିପାରିଥିଲେ । ଚିକିତ୍ସା କରି ସୁସ୍ଥ କରାଇଦେବାର ଅନେକ ଭରଷା ଦିଆଗଲା । କିନ୍ତୁ ଦିନ ଗଡିଗଲା । ଆଶ୍ୱାସନ ଆଶ୍ୱାସନାରେ ରହିଗଲା । କଥା ଓ ଭାଷା ଜାଣିନଥିବା ପରିବାକୁ ରାୟଗଡ଼ା ପରେ ବ୍ରହ୍ମପୁର ଏବଂ କୋରାପୁଟ ବଡବଡ ମେଡ଼ିକାଲ ଗତ ୩ ବର୍ଷ ବୁଲିବୁଲି ଫେରିଥିଲେ ସତ କିନ୍ତୁ କେହିଜଣେ ସହଯୋଗୀଙ୍କୁ ପ୍ରଶାସନ ଯୋଗାଡ କରି ସେମାନଙ୍କ ସହାୟତା ପାଇଁ ପଠାଇପାରିଲେ ନାହିଁ । ଯାହାର ପରିଣାମ ସ୍ୱରୁପ ଦମୟନ୍ତି ଆଜି ଆରପରିରେ ।
ଜଣେ ସାମାଜିକ କର୍ମୀ ଡାକ୍ତରଙ୍କ ଅବହେଳା ଓ ମହିଳାଙ୍କ କଷ୍ଟୁ ଓ ପରିବାର ଉପରକୁ ଆସିଥିବା ବପତ୍ତି ସମ୍ପର୍କରେ ମାନବାଧିକାରଙ୍କୁ ଲିଖିତ ରୂପେ ଜଣାଇଥିଲେ । କଥାର ଗମ୍ଭିତାକୁ ଉପଲବ୍ଧି କରି ତୁରନ୍ତ ଚିକିତ୍ସା ଯୋଗଇଦେବାକୁ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଦଶ ଦେଇ ନୀରବ ବସିଗଲେ । ଆଉ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଗରିବ ଦମୟନ୍ତିଙ୍କ ପାଇଁ ନିଦା ବିଷ୍ଣୁ ହୋଇ ନୀରବିଗଲେ । ଧିରେଧିରେ ଟ୍ୟୁମରର ପାଶ୍ୱ ପ୍ରତିକ୍ରୀୟାରେ ଦମୟନ୍ତୀଙ୍କ ଗୋଡାରୁୁ ମାଂସ ଝଡ଼ି ଝଡି ଯାଇଥିଲା । ଖଟରେ ଝାଡା ପରିଶ୍ରା କରି ପଡିରହିଥିବା ଦମୟନ୍ତିଙ୍କ ସେବାରେ ପରିବାରର ଜୀବନ ଜୀବିକା ଉଜୁଡିଗଲା । ହାତଟେକି କିଏ ଦେଲାତ ପେଟକୁ ଦୁଇମୁଠା ଦାନା ଗଲା । ନାହିଁତ ଭୋକ ଉପାସରେ ଦିନ କଟୁଥିବା ସାହି ପଡିଶା ଲୋକେ କହିଛନ୍ତି । ଅପରପକ୍ଷରେ ପୁଅର ପାଠପଢ଼ାରେ ଡୋରି ବନ୍ଧା ହୋଇଗଲା । “ଡାକ୍ତରଙ୍କ ଚରମ ଅବହେଳାର ସଜା ଭୋଗୁଛନ୍ତି ଦମୟନ୍ତି” ଶିର୍ଷକ ଏକ ଖବର ଗତ ୨୦ତାରିଖରେ ସମୟ ଖବରକାଗଜରେ ପ୍ରକାଶ ପାଇଥିଲା ।
ଏହାକୁ ଟ୍ୱିଟ କରିବା ପରେ ପ୍ରଶାସନ ଏବଂ ସରକାରଙ୍କ ନିଦ ଭାଙ୍ଗିଲା । ଚିକିତ୍ସା ପରିବର୍ତ୍ତେ ଦମୟନ୍ତିଙ୍କ ଘରକୁକ ଯାଇ ପୂର୍ବ ଚିକିତ୍ସା ସର୍ମ୍ପକିତ ନଥିପତ୍ର ସାଉଁଟି ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଜିଲାପାଳ ଟ୍ୱିଟର ଜବାବ ରଖିଥିଲେ । ଏହାପରେ ବିଶାଖପାଟଣାରେ ତାଙ୍କର ଚିକିତ୍ସା କରାଇବା ପାଇଁ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଜିଲା ପ୍ରଶାସନ ଏବଂ ସିଡିଏମଓଙ୍କ ଉଦେ୍ଦ୍ୟଶରେ ଟ୍ୱିଟ ଜରିଆର ନିଦେ୍ର୍ଦଶ ଦେଇଥିଲେ । ତେବେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଟିକିରା ଗାଁରେ ପହଞ୍ଚିବା ବେଳକୁ ଦମୟନ୍ତିଙ୍କ ମୃତ୍ୟୁକୁ ଦୁତିଦିନ ହୋଇଯାଇଥିଲା । ବିଡମ୍ବନାର କଥାଯେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯେଜାନାର ଡିଣ୍ଡିମ ପିଟାଯାଉଛି । ବିଭାଗର ଉପଦେଷ୍ଟା ଏହି ଜିଲରୁ ଚୟନ ହୋଇଛନ୍ତି । ତଥାପି ଗରିବଙ୍କ ପାଇଁ କାହିକି ଏଭଳି ଯୋଜାନ ଗୁଡିକ ବାଟ ହୁଡୁଛି ବୋଲି ଜଣେ ସ୍ୱେଚ୍ଛାସେବୀ ରାଧାକୃଷ୍ଟ ପାଣିଗ୍ରାହି ପ୍ରଶ୍ନ କରିଛନ୍ତି । ଦମୟନ୍ତିଙ୍କ ମୃତ୍ୟୁପରେ ଘଟଣାର ତଦନ୍ତ କରି ସରକାରଙ୍କୁ ଜବାବ ଦିଆଯିବ ବୋଲି ପୁଣି ସିଡିଏମଓ ଆର୍ତ୍ତବନ୍ଧୁ ନାୟକୁ କହିଛନ୍ତି ।
