କେନ୍ଦ୍ରାପଡା,୨୩/୯(ରବୀନ୍ଦ୍ର ଦାଶ )–ଜନଶକ୍ତି ପାର୍ଟି ତରଫରୁ ୧୦ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦିଆଯାଇଅଛି ରାଜ୍ୟର ବିଦ୍ୟାଳୟ ମାନଙ୍କରେ ଦିବ୍ୟାଙ୍ଗ ଶିକ୍ଷକମାନଙ୍କୁ ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ,ରାଜ୍ୟର ବିଦ୍ୟାଳୟ ମାନଙ୍କରେ ପାଚିକାମାନେ ରୋଷେଇ କାର୍ଯ୍ୟ ସୂଚାରୁ ରୂପେ କରୁଥିଲା ବେଳେ କୋଭିଡ ସମୟରେ ଦରମାରୁ ବଂଚିତ ହୋଇ ଭୋକ ଉପାସରେ ରହୁଥିବାରୁ ତାଙ୍କର ବକେୟା ଦରମା ଓ ମାସିକ ବେତନ.ସାମ୍ବାଦିକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ । ୪)ଗରିବ କୃଷକମାନଙ୍କର କୃଷି ଋଣ ଛାଡ ,ଘରୋଇ ଉପଭୋକ୍ତା ମାନଙ୍କର ଅଧା ବିଦ୍ୟୁତ ଶୁକ୍ଳ ଛାଡ ,ବନ୍ୟା ଅଂଚଳରେ କୃଷକମାନଙ୍କୁ ରବି ଫସଲ ଓ ପନିପରିବା ଚାଷ ନିମନ୍ତେ ଆର୍ଥିକ ସହାୟତା , ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କର ଦରମା ଓ ପରୀକ୍ଷା ଫିସ ଛାଡ ଇତ୍ୟଦି ପ୍ରମୁଖ ଦବୀ ରହିଛି । ଜନଶକ୍ତିର ପାର୍ଟିର ଅଧ୍ୟକ୍ଷ ପ୍ରଦୀପ ଦାଶ, ବିଦ୍ୟାଧର ପଣ୍ଡା, ମହେଶ୍ୱର ବେହେରା, ଦେବାଶିଷ ଦାସ, ଅକ୍ଷୟ ଦାସ, ମହେଶ ସେଠୀ, ଗୌରାଙ୍ଗ ଚରଣ ସାହୁ ପ୍ରମୁଖ ଏହି ଦାବି ପତ୍ର ପ୍ରଦାନ କରିଥିଲେ ।
