ତାଳଚେର ତା ୨୦/୦୯ ଜନବସତି ପୂର୍ଣ୍ଣ ବହୁ ପୂରାତନ ଏତେବଡ଼ ତାଳଚେର ସହର ଭୂଗର୍ଭରୁ ପ୍ରଚୁର କୋଇଲା ଉତୋଳନ ପରେ ସେହି ସ୍ଥାନ ମାନଙ୍କରେ ଯଥେଷ୍ଟ ପରିମାଣରେ ବାଲିି ଭର୍ତି କରାଯାଇ ନଥିବାରୁ ଆଜି ଏହି ସହର ଭୂଗର୍ଭ ଫମ୍ପା ।
ଫଳରେ ଗୋଟାଏ ଦିନରେ ଖୋଦ୍ ତାଳଚେର ସହରର ୧୧ନମ୍ବର ୱାର୍ଡ଼ ଚାଳିଆକୋଟା ଠାରେ ଗୋଟାଏ କୂଅ ଦବୀଥିଲା ବେଳେ ସେହି ନିକଟସ୍ଥ ୧୦ନମ୍ବର ୱାର୍ଡ଼ କିଶୋରଗଞ୍ଜ ପାଟଣା ଆଉ ଏକ କୂଅ ଭୂଷିଡ଼ି ପଡି ପାତାଳ ପୁରକୁ ସୁରଙ୍ଗ ସୃଷ୍ଟି ହୋଇଛି । ଏପରିକି, ପଥରଟିଏ ପକାଇଲେ କୌଣସି ଆବାଜ୍ ଶୁଭୁନଥିବା ପ୍ରତ୍ୟେକ୍ଷଦର୍ଷିମାନେ ଏହା ପ୍ରକାଶ କରିଛନ୍ତି ।
ଏହି ଘଟଣାପରେ ଉକ୍ତ ଦୁଇ ୱାର୍ଡ଼ରେ ଆତଙ୍କ ଖେଳାଇଦେଇଛି । ଏହାପରେ ମଧ୍ୟ ନା ତାଳଚେର ପ୍ରଶାସନ ନା ଖଣି କର୍ତୁପକ୍ଷ କେହି ହେଲେ ସେଠାରେ ବର୍ତମାନ ସୁଦ୍ଧା ପହଂଚିନଥିବା ବସ୍ତିବାସୀନ୍ଦା ଅଭିଯୋଗ କରିଛନ୍ତି ।
ଏହିପରି ସମଗ୍ର ତାଳଚେର ସହର ଓ ଏହାର ଆଖପାଖ ଅଂଚଳରେ ଗୋଟାଏ ପରେ ଗୋଟାଏ ମାଟିଦବୀ ସୁଡ଼ଙ୍ଗ ସୃଷ୍ଟିି ହେବା ସହ ସହରବାସୀଙ୍କ ମନରେ ଆତଙ୍କର ବାତାବରଣ ଖେଳାଇ ଆସୁଥିବା ଅଭିଯୋଗ ପରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ନା ରାଜ୍ୟ ସରକାର ନା ଖଣି କର୍ତୁପକ୍ଷ ଏଥିପ୍ରତି କେହି ହେଲେ ସାମନ୍ୟତମ ଦୃଷ୍ଟି ଦେଉନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି ।
ବାରମ୍ବାର ହୋଇ ଆସୁଥିବା ଏହି ଅଘଟଣକୁ ନେଇ ଖଣିସୁରକ୍ଷା ମହାନିଦେ୍ର୍ଦଶକ (ଡ଼ିଜି.ଏମ୍.ଏସ୍ ଧାନବାଦ୍) ଏଠାକୁ ଆସି ବିଧିବଧ ତଦନ୍ତ କରାଗଲେ ବହୁ ଗୁପ୍ତ ରହସ୍ୟ ପଦାକୁ ଆସିପାରନ୍ତା ବୋଲି ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି ।