ଆବୁଧାବୀ,୧୯ା୯(ଏଜେନ୍ସି): ଆଇପିଏଲ୍ରେ ଅଂଶଗ୍ରହଣ କରିବା ନିମନ୍ତେ ୟୁଏଇ ପହଞ୍ଚିବା ପରେ ସମସ୍ତ ଖେଳାଳି ଓ ଅଫିସିଆଲଙ୍କ ପାଇଁ ୬ ଦିନିଆ ଆଇସୋଲେସନ୍ ବାଧ୍ୟତାମୂଳକ କରାଯାଇଥିଲା । ୫ ମାସ ଧରି ପରିବାର ସହ ସମୟ ବିତାଇଥିବାରୁ ୟୁଏଇରେ ୬ ଦିନିଆ ଏକାନ୍ତବାସ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା ବୋଲି ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନି କହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଧୋନିଙ୍କ ଏଭଳି ମନ୍ତବ୍ୟ ଦେଖିବାକୁ ମିଳିଥିଲା । ଗତ ସଂସ୍କରଣର ରନର୍ସଅପ୍ ଚେନ୍ନାଇ ସୁପରକିଙ୍ଗ୍ସର ୧୩ତମ ଖେଳାଳି ଓ ସଦସ୍ୟଙ୍କ କରୋନା ଟେଷ୍ଟ ରିପୋର୍ଟ ପଜେଟିଭ ଆସିଥିଲା । ପୁଣି ଏମାନଙ୍କୁ ୧୪ ଦିନିଆ ଏକାନ୍ତବାସରେ ରଖାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁରେଶ ରାଇନା ଓ ହରଭଜନ ସିଂ ଚଳିତ ଆଇପିଏଲ୍ରୁ ଓହରିଯାଇଥିଲେ । ପ୍ରୋଟକଲ ଅନୁଯାଇ ଦଳ ଦୁବାଇରେ ୬ ଦିନ ଓ ଆବୁଧାବୀରେ ୧୪ଦିନ କ୍ୱାରାଣ୍ଟାଇନ୍ରେ ଥିଲା । କ୍ରିକେଟ୍ ଭଦ୍ରଲୋକଙ୍କ ଖେଳ । ତେଣୁ ପ୍ରତିଶ୍ରୁତି ନେବାର ପ୍ରଶ୍ନ ଉଠୁନି । କେବଳ କରିଥିବା ଭୁଲକୁ ସୁଧାରିବା ପାଇଁ ଚିନ୍ତା କରିବା ଉଚିତ ବୋଲି ଧୋନି କହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ୟୁଏଇର ଗରମ ପରିବେଶରେ ନିଜକୁ ଖାª ଖୁଆଇବା ଚ୍ୟାଲେଞ୍ଜପୂର୍ଣ୍ଣ ।