ହାଇକୋର୍ଟର ଐତିହାସିକ ରାୟ, ୮ ସପ୍ତାହ ମଧ୍ୟରେ ବାରିପଦା ଅର୍ବାନ୍ ବ୍ୟାଙ୍କର ସମସ୍ତ ଜମାକାରୀମାନେ ଜମାରାଶୀ ଫେରିପାଇବେ
ବାରିପଦା : ଶେଷରେ ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି । ମାନ୍ୟବର ହାଇକୋର୍ଟଙ୍କ ଐତିହାସିକ ରାୟ ଅନୁଯାୟୀ ବାରିପଦା ଅର୍ବାନ୍ ସମବାୟ ବ୍ୟାଙ୍କର ସମସ୍ତ ଜମାକାରୀମାନଙ୍କୁ ସେମାନଙ୍କ ଜମାଖାତାରେ ଥିବା ଜମାରାଶୀ ୮ ସପ୍ତାହ ମଧ୍ୟରେ ଫେରସ୍ତ ଦେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବାରିପଦା ଅର୍ବାନ ସମବାୟ ବ୍ୟାଙ୍କର ୭୬ହଜାର୯ଶହ୮୪ ଗୋଟି ଜମାଖାତରେ ଜମାକାରୀମାନେ ଗଚ୍ଛିତ ରଖିଥିବା ତାଙ୍କର ଜମାରାଶୀକୁ ୨୦୧୨ ମସିହାଠାରୁ ଆବଶ୍ୟକବେଳେ ଫେରସ୍ତ ନପାଇ ବହୁତ ଦୁଃଖଦୁର୍ଦ୍ଦଶାରେ ଦିନ କାଟୁଥିବାବେଳେ ମାନ୍ୟବର ହାଇକୋର୍ଟଙ୍କ ରାୟପରେ ଜମାକାରୀଙ୍କ ମଧ୍ୟରେ ଆନନ୍ଦଉଲ୍ଲାସ ଖେଳିଯାଇଛି ।
ପ୍ରକାଶ ଥାଉ କି ଖିଲାତ୍ପ ଋଣୀମାନଙ୍କ ଯୋଗୁଁ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କକିଙ୍ଗ କାରବାର ପାଇଁ ୨୦୧୨ ମସିହା ଠାରୁ ଅଙ୍କୁଶ ଲଗାଇ ଦେବାଦ୍ୱାରା ଜମାକାରୀମାନେ ଆବଶ୍ୟକବେଳେ ଟଙ୍କା ଉଠାଣ କରିପାରୁନଥିଲେ । ୨୦୧୪ ମସିହାରେ ରିଜର୍ଭ ବ୍ୟାଙ୍କ ଲାଇସେନ୍ସ ରଦ୍ଧ କରି ୨୦୧୫ ମସିହାରେ ବ୍ୟାଙ୍କକୁ ବିଲୟ କରିବାକୁ ଆଦେଶ ଦେଇଥିଲେ । ସେତେବେଳର ପରିଚାଳନା ପରିଷଦ ଆଇନ୍ଗତ ଆଶ୍ରୟ ନେଇ ବାରିପଦା ବ୍ୟାଙ୍କକୁ ବିଲୟରୁ ରକ୍ଷା କରିବାପାଇଁ ସଂଘର୍ଷ ଚାଲୁ ରଖିଥିଲେ ।
ଏହିପରିପ୍ରେକ୍ଷୀରେ ପରିଚାଳନା ପରିଷଦର କାର୍ଯ୍ୟକାଳ ଫେବୃଆରୀ ୧୩ତାରିଖରେ ଶେଷ ହେଉଥିବାରୁ ଜମକାରୀଙ୍କ ସମସ୍ତ ଜମାରାଶୀ ବ୍ୟାଙ୍କରେ ଗଚ୍ଛିତ ଥିବାରୁ ଟଙ୍କାକୁ ଫେରସ୍ତ ପାଇବା ପାଇଁ ମାନ୍ୟବର ହାଇକୋର୍ଟରେ ଏକ ମିସ୍କେଶ ଦାୟର କରିଥିଲେ । ଉକ୍ତ ମିସ୍କେଶର ଶୁଣାଣୀ କରି ମାନ୍ୟବର ହାଇକୋର୍ଟ ଜୁନ୍ ୨୫ତାରିଖରେ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ନିଦେ୍ର୍ଦଶକ୍ରମେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଜମାକାରୀଙ୍କୁ ୩କୋଟି୪୬ଲକ୍ଷଟଙ୍କା ଫେରସ୍ତ କରିଥିଲେ । ମାତ୍ର ଟଙ୍କା ଫେରସ୍ତ ଚାଲିଥିବାବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅପିଲ୍ ଅନୁଯାୟୀ ଉଚ୍ଚନ୍ୟାୟଳୟ ରାୟ ଦେଇ ଟଙ୍କା ଫେରସ୍ତକୁ ସ୍ତଗିତ ରଖିଥିଲେ । ଉକ୍ତ ଅପିଲ୍ର ଆନ୍ତଃରିଣ ଆଦେଶକୁ ଉଠାଇବା ପାଇଁ ବିଧାୟକ ରାଜ୍କିଶୋର ଦାସ ଓ ବ୍ୟାଙ୍କ ସଭାପତି ଗିରିଧାରୀ ପୃଷ୍ଟି ଆଇନ୍ଗତ ପରାମର୍ଶ ଜାରିରଖିଥିଲେ । ଏଥିସହ ଟଙ୍କା ଫେରସ୍ତ ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ରାଜ୍କିଶୋର ଦାସଙ୍କ ଉଦ୍ୟମକୁ ଜମକାରୀମାନେ ପ୍ରଶଂସା କରିଛନ୍ତି ।