ଯାଜପୁର: ବିଶ୍ୱ ଫଟୋଗ୍ରାଫି ଦିବସ ୨୦୨୦ ଅବସରରେ ଡ଼ିଡ଼ିପିଟିଏ, ଧାନବାଦ ଦ୍ୱାରା ଧାନବାଦ ଠାରେ ଆୟୋଜିତ ଜାତୀୟ ସ୍ତରୀୟ ଅନ୍ଲାଇନ୍ ଫେଟୋଗ୍ରାଫି ପ୍ରତିଯୋଗିତାର ୱେଡ଼ିଂ ବିଭାଗରେ ଯାଜପୁରର ଯୁବ ଫେଟୋଗ୍ରାଫର ଅଜିତ୍ ପାଢ଼ୀ ସର୍ବ ଭାରତୀୟ ସ୍ତରରେ ତୃତୀୟ ସ୍ତାନ ଅଧିକାର କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ବି·ରକ ମଣ୍ଡଳୀ ଫଟୋଗ୍ରାଫିର କମ୍ପୋଜିସନ୍ ଓ ଆଲୋକପାତର ଭୂୟସୀ ପ୍ରଶଂସା କରିବା ସହ ଫଟୋଗ୍ରାଫରଙ୍କ ଉତ୍ତୋରୋତ୍ତର ଉନ୍ନତି କାମନା କରିଥିଲେ ।
ଏହି ପ୍ରତିଯୋଗତା ୪ଟି ବିଭାଗରେ ଆୟୋଜ କରାଯାଇଥିଲା, ଯଥା ନେଚର, ଜର୍ଣ୍ଣାଲିଜିମ୍, ୱେଡ଼ିଂ ଓ ମୋବାଇଲ । ଏହି ପ୍ରତିଯୋଗିତାରେ ଭାରତର ବିଭିନ୍ନ କୋଣ ଅନୁକୋଣରୁ ଫଟୋଗ୍ରାଫର ମାନେ ସେମାନଙ୍କ ଫେଟୋଗ୍ରାଫି ପ୍ରଦର୍ଶନ କରିଥିଲେ । ଫଳ ପ୍ରକାଶିତ ହେବା ପରେ ବନ୍ଧୁ ଓ ଶୁଭେଚ୍ଛୁ ମାନଙ୍କର ଶୁଭେଚ୍ଛାର ସୁଅ ଛୁଟିଅଛି । ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରତିଯୋଗିତାରେ ପୂର୍ବରୁ ଶ୍ରୀ ପାଢ଼ୀ ବିଭିନ୍ନ ବି·ରକ ମଣ୍ଡଳୀ ଦ୍ୱାରା ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲେ, ଫଟୋଗ୍ରାଫି କ୍ଷେତ୍ରରେ ଅଧିକରୁ ଅଧିକ ପ୍ରଶଂସା ସାଉଣ୍ଟିବା ନିମନ୍ତେ ପ୍ରଶଂସକ ମାନେ ତାଙ୍କୁ ଆଶୀର୍ବାଦ କରିଛନ୍ତି