ତେନ୍ତୁଳିଖୁଣ୍ଟି:-ନବରଙ୍ଗପୁର ବନ ବିଭାଗ କୁ ମିଳିଛି ବଡ଼ ସଫୋଳତା ତିନି କଲରା ପତାରିଆ ବାଘ ଚମଡା ସହ ଚାରି ଜଣ କୁ ଗିରଫ ଓ ଦୁଇ ବାଇକ ଅଭିଯୁକ୍ତ ଙ୍କ ମୋବାଇଲ ଜବତ କଲା ବନ ବିଭାଗ।ନବରଙ୍ଗପୁର ବନ ବିଭାଗ ବିଶ୍ଵସ୍ତସୂତ୍ରରୁ ଖବର ପାଇ କଳାହାଣ୍ଡି ଜିଲ୍ଲାର ସୀମାରେ ଥିବା ତେନ୍ତୁଳିଖୁଣ୍ଟି ବ୍ଲକ ବିରିଗୁଡା ଗାଁ ଦେଇ କଳାହାଣ୍ଡି ଜିଲ୍ଲା ରୁ ଏକ ବାଇକ ଯୋଗେ ଗୋଟିଏ ବାଘ ଚମଡା ଧରି ଆସୁଥିବା ଦୁଇ ଜଣ କୁ ଧରି ଥିଲେବନ ବିଭାଗ କର୍ମଚାରୀ
ଏବଂ ନନ୍ଦହାଣ୍ଡି ବ୍ଲକ ଉଷୁରୀ ପଦର ଗାଁ ନିକଟରେ ବାଇକ ଯୋଗେ ଦୁଇଟି କଲରା ପତାରିଆ ବାଘ ଚମଡା ଧରି ଯାଉଥିବା ବେଳେ ବନ ବିଭାଗ ହାତରେ ଧରା ପଡିଥିଲା।ଚାରି ଗିରଫ ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ଟି ରାମପୁର ବ୍ଲକ ମହୁଲ ପାଟଣା ର ତ୍ରିନାଥ ନାୟକ ଓ ସୁରେନ୍ଦ୍ର ନାୟକ ହାଇଥିବା ବେଳେ ୨ଜଣ ନବରଙ୍ଗପୁର ଜିଲ୍ଲାର ହାଇଥିବା ବନ ବିଭାଗ ଅଧିକାରୀ କହିଛନ୍ତି।ଅଭିଯୁକ୍ତ ମାନଙ୍କ ଠାରୁ ଜବତ ମୋବାଇଲ ଧରି କେଉଁ କେଉଁ ମାନେ ଏହି ରାକେଟ ରେ ସାମିଲ ଅଛନ୍ତି।କେଉଁ ଠାରେ ଯାଉଥିଲା।ଏହାର ତଦନ୍ତ କରାଯାଉଥିବାବନ ବିଭାଗ ଅଧିକାରୀ କହିଛନ୍ତି