ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଲାଉଡ୍ ମୁ୍ୟଜିକ୍ ଓ ବ୍ୟଞ୍ଜନ ବର୍ଣ୍ଣ-ସମୃଦ୍ଧ ଗୀତ ଗାଇବା ଦ୍ୱାରା ଏରୋସୋଲ୍ ଅଣୁ ପବନ ଦ୍ୱାରା ବ୍ୟାପିଥାଏ ଯାହା କରୋନାଭାଇରସ୍ ପ୍ରସାରକୁ ବଢ଼ାଇଥାଏ । ସ୍ୱିଡେନ୍ ଲୁଣ୍ଡ ୟୁନିଭର୍ସିଟିର ଅଧ୍ୟୟନରୁ ଏହା ଜଣାପଡ଼ିଛି । କୋରସ୍ ଗାଇବା ସମୟରେ କରୋନା ବ୍ୟାପିବାର ଅନେକ ରିପୋର୍ଟ ରହିଛି । ଏରୋସୋଲ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲଜିରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ୧୨ ଜଣ ସୁସ୍ଥ ଗାୟକ ଓ ୨ ଜଣ କରୋନା ରୋଗୀଙ୍କୁ ନେଇ ଗବେଷଣା କରାଯାଇଥିଲା । ସେମାନଙ୍କ ମଧ୍ୟରେ ୭ ଜଣ ପେଷାଦାର ଅପେରା ଗାୟକ ଥିଲେ । ଗାଇବା ଦ୍ୱାରା ବ୍ୟକ୍ତିର ଏରୋସୋଲ୍କୁ ସଂକ୍ରମଣ ଆଶଙ୍କା ହୋଇପାରେ ।