Odisha news

ସ୍ତନ କର୍କଟ ପୀଡିତ ମହିଳା ଙ୍କ ଚିକିତ୍ସା ପାଇଁ ଅଣ୍ଟା ଭିଡିଲେ ସାମାଜିକ କର୍ମୀ

0

ଗୋପ : ଗୋପ ବ୍ଳକ ଅଧିନସ୍ଥ ମହଲପଡା ଗ୍ରାମ ପଞ୍ଚାୟତ ର ଆମ୍ବିଳି ଗାଁ ର ଵୃଦ୍ଧନାଥ ପତି ଙ୍କ ଧର୍ମପତ୍ନୀ ନୀଳମଣି ପତି ଙ୍କ ସ୍ତନ କର୍କଟ ରୋଗ ର ଚିକିତ୍ସା ପାଇଁ କୋଣାର୍କ ଅଂଚଳ ର ଯୁଵ ସାମାଜିକ କର୍ମୀ ଭାଗିରଥି ସ୍ଵାଇଁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ପାଇଁ ଗୋପ ତହସିଲଦାର ଙ୍କୁ ନିବେଦନ ପତ୍ର ପ୍ରଦାନ କରିଥିବା ଜଣାପଡିଛି। ଖଵରରୁ ପ୍ରକାଶ ଯେ ଗୋପ ବ୍ଳକ ଅଧିନସ୍ଥ ମହଲପଡା ଗ୍ରାମ ପଞ୍ଚାୟତ ର ଆମ୍ଵିଳି ଗାଁ ର ବୁଦ୍ଧନାଥ ପତି ଙ୍କ ଧର୍ମପତ୍ନୀ ନୀଳମଣି ପତି ଗତ ୨୦୧୮ଜୁନ ମାସରୁ ସ୍ତନ କର୍କଟ ରୋଗ ରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଏମ୍ସ ହସପିଟାଲରେ ଚିକିତ୍ସା ହେଉଥିଲେ।

ମାତ୍ର ଜଣେ ଗରିଵ ନିରାଶ୍ରୟ ପରିଵାର ର ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଲା ପ୍ରତିଵଦ୍ଧକ। ଚିକିତ୍ସା ହୋଇ ନ ପାରି ଘରେ ଶଯ୍ୟାଶାୟୀ।ଏହି ନିରାଶ୍ରୟ ସ୍ତନ କର୍କଟ ରୋଗ ରେ ଆକ୍ରାନ୍ତ ନୀଳମଣି ଙ୍କ ଚିକିତ୍ସା ପାଇଁ ଅଣ୍ଟା ଭିଡିଛନ୍ତି ସାମାଜିକ କର୍ମୀ ଭାଗିରଥି ସ୍ଵାଇଁ। ଆଜି ଗୋପ ତହସିଲଦାର ପୃଥିରାଜ ମଣ୍ଡଳ ଙ୍କୁ ତହସିଲ କାର୍ଯ୍ୟାଳୟ ରେ ସାକ୍ଷାତ କରି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ପାଇଁ ସହାୟତା ପ୍ରଦାନ ପାଇଁ ସମସ୍ତ କାଗଜାତ ସମ୍ବଳିତ ନିବେଦନ ପତ୍ର ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ସଂପୃକ୍ତ କର୍କଟ ରୋଗ ରେ ପୀଡିତ ନିରାଶ୍ରୟ ମହିଳା ନୀଳମଣି ଙ୍କୁ ସହାୟତା ପ୍ରଦାନ ପାଇଁ ପୁରୀ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସାମାଜିକ କର୍ମୀ ଭାଗିରଥି ସ୍ଵାଇଁ ଙ୍କ ପକ୍ଷରୁ ପ୍ରଦତ୍ତ ନିବେଦନ ପତ୍ର କୁ ପଠାଯାଇ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ ଗୋପ ତାହାସିଲିଦାର ପୃଥିବୀ ରାଜ ମଣ୍ଡଳ  ପ୍ରତିଶ୍ରୁତି ଦେଇଥିଲେ।

Leave A Reply