Odisha news

କରୋନାର ଭୟ ବର୍ତ୍ତମାନ ବି ଜିଲ୍ଲାରେ ଶେଷ ହୋଇ ନାହିଁ : ମାସ୍କ ନ ଥିଲେ ବାହାର ଯାତ୍ରୀଙ୍କୁ ଜିଲ୍ଲାରେ ପ୍ରବେଶ ମନା

0
ଛତ୍ରପୁର : କେହି ଯଦି କରୋନାରେ ପୀଡିତ ହୋଇ ମୃତ୍ୟୁ ବରଣ କରେ ତେବେ ତାଙ୍କ ଶେଷ ଯାତ୍ରା ବେଳେ ଘର ଲୋକ ବି ସ୍ମଶାନ ପର୍ଯ୍ୟନ୍ତ ଯାଇ ପାରୁ ନାହାନ୍ତି  । ମୁଖାଗ୍ନି ଦେବା ଦୂରର କଥା  । ଏହାଠୁ ବଳି ଦୁଃଖର ବିଷୟ ଆଉ କିଛି ନାହିଁ ଏଣୁ ସତର୍କ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି  । କରୋନାର ଭୟ ବର୍ତ୍ତମାନ ବି ଜିଲ୍ଲାରେ ଶେଷ ହୋଇନାହିଁ  । କରୋନା ଶେଷ ହୋଇଗଲା ଭାବି ଜିଲ୍ଲାବାସୀ ବେଖାତିର ଭାବେ ବୁଲାବୁଲି କରୁଛନ୍ତି  । ସତର୍କତା ନିୟମ ପାଳୁ ନାହାନ୍ତି  । ଏହା ସେମାନଙ୍କ ପ୍ରତି ବିପଦ  । ଏଣୁ ସତର୍କ ରହିବା ଜରୁରୀ ହୋଇ ପଡୁଛି  ।
ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂରେ ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ଖୁସି ପ୍ରକଟ କରି ଅଭିନନ୍ଦନ ଣାଇଥିଲେ  । ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଗଞ୍ଜାମ ଜିଲ୍ଲାରୁ କରୋନା ପରିଚାଳନା ଠିକ୍ ରୂପେ ହୋଇ ପାରିଛି  । ଗୋଟିଏ ଯୋଜନା ପ୍ରଣୟନ କରିବା ମୁସ୍କିଲ ନୁହେଁ  । ତାକୁ ସଫଳ କରିବା ଦିଗରେ ଠିକ୍ ରୂପେ ପରିଚାଳନା କରିବା ବହୁ କଷ୍ଟକର ବ୍ୟାପାର  । ଠିକ୍ ରୂପେ ପରିଚାଳନା ହୋଇଥିବା ହେତୁ ଆମକୁ ସଫଳତା ମିଳିପାରିଛି  । ବର୍ତ୍ତମାନ ସମୟ ଆସିଛି ସେହି ଧାରାକୁ ବଜାୟ ରଖିବା ନଚେତ୍ କରୋନା ସଂକ୍ରମଣକୁ ରୋକିବା କଷ୍ଟକର ହୋଇ ପଡିବ  । ଆଗାମୀ ୬ ମାସ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପରିଚାଳନାକୁ କଡାକଡି କରିବାକୁ ପଡିବ  । ଲୋକ ପ୍ରତିନିଧି, କୋଭିଡ୍ ସାଥୀ, କୋଭିଡ୍ ମନିଟର୍,. କୋଭିଡ୍ ସଖୀଙ୍କ ଦ୍ବାରା  ପରିଚାଳନା କାର୍ଯ୍ୟକୁ ଆହୁରି ସୁଦୃଢ କରିବାକୁ ନିର୍ଦ୍ଦେଶ ଦେଇଥିଲେ  ।
ବର୍ତ୍ତମାନ ବସ୍ ଚଳାଚଳ ଓ ଅଟୋରିକ୍ସାରେ ଯାତାୟତ କରିଥିବା ଯାତ୍ରୀ ଗଣ ମାସ୍କ ବ୍ୟବହାର କରୁ ନାହାନ୍ତି  । ଏହା ଜିଲ୍ଲାପାଇଁ ଜଟିଳ ସମସ୍ୟା ସୃଷ୍ଟି କରିବ  । କ୍ରସ୍ ମେଚିଙ୍ଗ ହୋଇ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବ  । ଅନ୍ୟ ଜିଲ୍ଲା କିମ୍ବା ଅନ୍ୟ ରାଜ୍ୟର ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି କରୋନା ସଂଖ୍ୟା ବ୍ୟାପୀ ପାରେ  । ଏଣୁ ବସ୍ ଓ ଅଟୋରିକ୍ସା ଗୁଡିକରେ ମାସ୍କ ନାହିଁ ତ ପ୍ରବେଶ ନାହିଁ ପୋଷ୍ଟର ଲଗାଯିବ  । ଅଧିକ ଚଢାଉ କରାଯିବ  । ମାସ୍କ ନ ଥିଲେ ଯାତ୍ରୀଙ୍କୁ ଜିଲ୍ଲାକୁ ପ୍ରବେଶ ମନା  ।
ଯେଉଁ ବସ୍ କିମ୍ବା ଅଟୋ ରିକ୍ସା ରେ ମାସ୍କ ନ ପିନ୍ଧି ଯାତ୍ରା କରୁଥିବା ନଜରକୁ ଆସିଲେ ବସ୍ ମାଲିକ କିମ୍ବା ଅଟୋରିକ୍ସା ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ବସ୍ ଗୁଡିକରେ ଷ୍ଟାଫ୍ ମାନଙ୍କ ନିମନ୍ତେ ସାନିଟାଇଜର୍ ରଖିବା ଜରୁରୀ  । ପଞ୍ଚସୂତ୍ରୀ ପୂର୍ବ ପରି ବଳ ବତ୍ତର ରହିବ  । ସୋସିଆଲ୍ ମିଡିଆ ଟ୍ବିଟର୍ ଦ୍ବାରା ଦୈନିକ କାର୍ଯ୍ୟଧାରାକୁ ଲୋକଲୋଚନକୁ ଆଣିବାକୁ ଜିଲ୍ଲାପାଳ ଜଣାଇଥିଲେ  । ଯଦ୍ବାରା ଜନ ସାଧାରଣ ସଚେତନତା ହୋଇପାରିବେ ଓ ପ୍ରଶାସନର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବେ  ।
ଅନେକ ଭଲ କାମ କରିଛନ୍ତି  । କିନ୍ତୁ ସେମାନଙ୍କୁ ଉତ୍ସାହିତ କରାଯାଉ ନାହିଁ  । ସେମାନଙ୍କୁ ଉତ୍ସାହିତ କରନ୍ତୁ ଯଦ୍ବାରା ସେମାନଙ୍କ କାର୍ଯ୍ୟପ୍ରଣାଳୀ ଦ୍ବିଗୁଣିତ ହେବ  ।  ବର୍ତ୍ତମାନ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟ ଦିଗରେ ଅଧିକ କ୍ରିୟାଶୀଳ କରିବାକୁ ସମସ୍ତ ଗୋଷ୍ଠା ଉନ୍ନୟନ ଅଧିକାରୀ ମାନଙ୍କୁ ଜଣାଇଥିଲେ  ।
ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ପ୍ରୋବେସନାଲ୍ ଆଇ.ଏ.ଏସ୍. ଅଫିସର ତଥା ଭାରପ୍ରାପ୍ତ କୋଭିଡ୍ ଅଧିକାରୀ କିର୍ତ୍ତୀ ଭାସନ୍ ଭି, ଅତିରିକ୍ତ ପ୍ରକଲଳ୍ପ ନିର୍ଦ୍ଦେଶକ ଅମୀୟ କୁମାର ସାହୁ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉମା ଶଙ୍କର ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶ,  ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟଲୋଚନ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ  ।
Leave A Reply