Odisha news

“ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ମୁକାବିଲାରେ ପ୍ରଶାସନ ବିଫଳ’ : ଭଦ୍ରକରେ ପିସିସି ପର୍ଯ୍ୟବେକ୍ଷକ ଟିମ୍‍

0

ଭଦ୍ରକ :ଭଦକ୍ର ଜିଲ୍ଲାରେ ହୋଇଥିବା ବନ୍ୟାକୁ ମୁକାବିଲା କରବିାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି । ବନ୍ୟା ଦୁର୍ଗତଙ୍କୁ ରିଲିଫ ଯୋଗାଣ ହୋଇ ପାରିନି । ଫସଲହାନୀର ଆକଳନ କରାଯାଇନି । ଘରଭଙ୍ଗା ଆକଳନ ହୋଇନି । ଲୋକମାନେ ଦୁର୍ଦ୍ଦଶାରେ ନଦୀ ବନ୍ଧ ଉପରେ ଦିନ ବିତାଉଛନ୍ତି । ସେମାନଙ୍କୁ ପଲିଥିନ ଖଣ୍ଡେ ବି ମିଳିନି । ଅଥଚ ଜିଲ୍ଲାପାଳ ବନ୍ୟାର ସଫଳ ମୁକାବିଲା କରିଛନ୍ତିି ବୋଲି ଢୋଲ ପିଟୁଛନ୍ତି । ତେଣୁ ପ୍ରଶାସନ ମୁକାବିଲାରେ ବିଫଳ ଓ ଶାସକ ଦଳର ନୋତଙ୍କ କଥାରେ ଉଠ୍‍ବସ୍‍ ହେଉଛି ପ୍ରଶାସନ ବୋଲି କଂଗ୍ରେସ ବିଧାୟକ ତଥା ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଆଜି ଭଦ୍ରକ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଆଜି ପୂର୍ବାହ୍ନରେ ବିଧାୟକ ଶ୍ରୀ ବାହିନୀପତିଙ୍କ ସହ ପ୍ରାକ୍ତନ ପିସିସି ସଭାପତି ଜୟଦେବ ଜେନା ଭଦ୍ରକ ବନ୍ୟାଞ୍ଚଳ ପରିଦର୍ଶନରେ ଆସି ଭଣ୍ଡାରିପୋଖରୀ ଠାରେ ପହଞ୍ଚିଥିଲେ । ସେଠାରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶୋକ ଦାସ, କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ଭଣ୍ଡାରିପୋଖରୀ ନତୋ ସୁବ୍ରତ ଦାସ, ଧାମନଗର ନେତା ବିଦ୍ୟାଧର ଜେନା, ଚାନ୍ଦବାଲି ନେତା ଦିଗମ୍ବର ଦାସ ପ୍ରମୁଖ ସ୍ୱାଗତ କରିବା ସହିତ ମିଳିତ ଭାବେ ବନ୍ୟାଞ୍ଚଳକୁ ଯାଇଥିଲେ ।

ଭଣ୍ଡାରିପୋଖରୀ ବ୍ଳକର ମଣିନାଥପୁର, ଝୁଟଣା, ମାଳଦା, ଷୋଳମପୁର, ରହଣିଆ ଆଦି ପଞ୍ଚାୟତର ବନ୍ୟା ପ୍ରଭାବିତ ଗ୍ରାମ, ଝୁଟଣା ଓ ତେସିଂଗା ମଧ୍ୟବର୍ତ୍ତୀ ଆମ୍ବଗଡିଆ ଘାଇ, ବାଲିପୋଖରୀ ଏସ୍‍କେପ୍‍ ଆଦି ବୁଲି ଦେଖିବା ସହିତ ଦୁର୍ଗତର ଶିକାର ହୋଇଥିବା ଚାଷୀମାନଙ୍କ ସହିତ ସ୍ଥିତି ପଠାରି ବୁଝିଥିଲେ । ପରେ ଧମାନଗର ବ୍ଲକର ଦଳାଙ୍ଗ ନଦୀବନ୍ଧ, ମଲ୍ଲିସାହି ଯାଇଥିଲେ । ଗେଙ୍ଗୁଟି ନଦୀ ଉପରେ ନିର୍ମିତ ୨୦୦ କୋଟି ଟଙ୍କାର ପୋଲର ସ୍ଥିତି ଦେଖିବା ସହିତ ଉକ୍ତ ପୋଲ କିପରି ଗୋଟିଏ ବର୍ଷ ମଧ୍ୟରେ ଦୟନୀୟ ହୋଇଛି ଏବଂ ଏହାର ମରାମତି ପାଇଁ ପୁଣି ୮୦ କୋଟି ଟଙ୍କାର ବ୍ୟୟବରାଦକୁ ତୀବ୍ର ନିନ୍ଦା କରିଥିଲେ । ପରେ ସେଠାରୁ ଫେରି ଜିଲ୍ଲପାାଳଙ୍କ ସହି ବନ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଏହି ଆଲୋଚନା ବେଳେ ପ୍ରଶାସନ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିବା ଉଭୟ ନେତା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ

Leave A Reply