Odisha news

ଗୁରୁଦିବସରେ ‘ଶିଶୁ ସୌରଭ’ ପୁସ୍ତକ ଉନ୍ମୋଚିତ

0

ଖୋର୍ଦ୍ଧା : ପବିତ୍ର ଗୁରୁଦିବସରେ ନିରାକାରପୁର କାଶୀପୁରର ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଗୟାପ୍ରସାଦ ମିଶ୍ରଙ୍କ ଶିଶୁ ଉପଯୋଗୀ କବିତା ପୁସ୍ତକ ‘ଶିଶୁ ସୌରଭ’ ସ୍ଥାନୀୟ ବକ୍ସି ଜଗବଂଧୁ ନଗରସ୍ଥିିତ ଗାୟତ୍ରୀ ଶକ୍ତିପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଐତିହାସିକ ସତ୍ୟବାଦୀ ବଳିଆରସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡ.ଶରଚ୍ଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ପୁସ୍ତକର ପାଠକାଦୃତି କାମନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଭାଗିରଥୀ ରାଉତରାୟ, ଶ୍ରୀଜଗନ୍ନାଥ ସାହିତ୍ୟ ପରିଷଦର ସଭାପତି ଶିବ ସୁନ୍ଦର ପଟ୍ଟନାୟକ, ଖୋର୍ଦ୍ଧା ଜିଲା ସାହିତ୍ୟ ସମାଜର ଆବାହକ ଜ୍ଞାନରଂଜନ ଦାଶ, ସମ୍ବାଦ ସାହିତ୍ୟ ଘରର ସଂପାଦକ ଗୋବିନ୍ଦ ମହାରଣା, ତ୍ରିନାଥ ଚରଣ କଳା ସାହିତ୍ୟ ସଂସଦର ସଂପାଦିକା ଇତିଶ୍ରୀ ସାହୁ, ଗାୟତ୍ରୀ ମନ୍ଦିର ଟ୍ରଷ୍ଟି ଉଲ୍ଲାସ ପୃଷ୍ଟି, ସୌଭାଗ୍ୟ ପ୍ରସାଦ ମିଶ୍ର, ଜ୍ୟୋତିପ୍ରକାଶ ସାହୁ, କବି ଅନିରୁଦ୍ଧ ମହାନ୍ତି ପ୍ରମୁଖ ଯୋଗଦେଇ ଶିଶୁମନଲାଖୀ ପୁସ୍ତକ ପାଇଁ ଲେଖକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶହେବାର ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ୪୫ଟି ଉପାଦେୟ ତଥା ଶିକ୍ଷଣୀୟ କବିତା ସ୍ଥାନପାଇଥିବାବେଳେ ଏହାର ମୂଲ୍ୟ ମାତ୍ର ୪୦ଟଙ୍କା ରଖାଯାଇଛି ବୋଲି ପ୍ରକାଶିକା ସୁଧାଂଶୁବାଳା ଦାଶ ଧନ୍ୟବାଦ ଦେବା ଅବସରରେ ମତପ୍ରକାଶ କରିଥିଲେ ।

Leave A Reply