ଖୋର୍ଦ୍ଧା : ସ୍ଥାନୀୟ ଶିଳ୍ପାଂଚଳରେ ଥିବା କୋକୋକୋଲା କମ୍ପାନୀର ନାସନାଲ ଟ୍ରାନ୍ସପୋର୍ଟ ସୁପରଭାଇଜର ରାମଶଙ୍କର ଜେନାଙ୍କୁ କେତେକ ଯୁବକ ମାରଣାନ୍ତକ ଆକ୍ରମଣ କରିବା ଜୀବନରୁ ମାରିଦେବାକୁ ଧମକ ଦେଇଥିବାନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଉପରେ ପୁଳିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗରେ ଦର୍ଶାଯାଇଛି, ଆଦର୍ଶଥାନା ଅଧିନ ଶିଳ୍ପାଂଚଳ ଫାଣ୍ଡି ଅନ୍ତର୍ଗତ ଜେମାଦେଇ ହାଉସିଂବୋର୍ଡ କଲୋନୀର ଗୋପାଳ ଜେନାଙ୍କ ପୁଅ ହେଉଛନ୍ତି ରାମଶଙ୍କର ଜେନା । ରାମଶଙ୍କର ଶିଳ୍ପାଂଚଳରେ ଥିବା କୋକୋକୋଲା କମ୍ପାନୀର ନାସନାଲ ଟ୍ରାନ୍ସପୋର୍ଟ ସୁପରଭାଇଜରଭାବେ କାର୍ଯ୍ୟକରନ୍ତି । ବୁଧବାର ଖୋର୍ଦ୍ଧା ମିନିଟ୍ରକ ଆସୋସିଏସନ ତରଫରୁ ଓଡି.୦୨.ଏଭି ୧୩୭୭ ନଂ ଗାଡିକୁ କମ୍ପାନୀରେ ଲୋଡ ହେବା କଥା । ମାତ୍ର କୌଣସି କାରଣରୁ ତାହା ଲୋଡ ହୋଇପାରିନଥିଲା । ତେଣୁ ଉକ୍ତ ଗାଡିର ମାଲିକ ଏହାକୁ ନେଇ ରାମଶଙ୍କରଙ୍କ ସହ ଯୁକ୍ତିତର୍କ କରିବା ସହିତ ଅଶ୍ଳିଳଭାଷାରେ ଗାଳିଗୁଲଜ କରିଥିଲା ।

ଏପରିକି ସାଙ୍କରେ ତାର ୭ରୁ ୮ଜଣ ସହଯୋଗୀଙ୍କୁ ନେଇ ରାମଶଙ୍କର ଙ୍କୁ ଆକ୍ରମଣ କରିଥିଲା ଏବଂ ଜୀବନରେ ମାରିଦେବାକୁ ଧମକ ଚମକ ଦେଇଥିଲା । ତେବେ ଆହତ ଅବସ୍ଥାରେ ରାମଶଙ୍କର ଖୋର୍ଦ୍ଧା ମେଡିକାଲରେ ଭର୍ତି ହୋଇଥିଲେ । ମାତ୍ର ପ୍ରାଥମିକ ଚିକିସôାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାବେଳେ ଏନେଇ ସେ ଶିଳ୍ପାଂଚଳ ଫାଣ୍ଡିରେ ଏକ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ଉପରେ ୨୨୩, ୨୨୫, ୨୯୪, ୫୦୬, ୩୫୪, ୩୦୭, ୩୪ ଆଇପିସି ରେ ୩୦୬/୨୦ ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଶିଳ୍ପାଂଚଳ ଫାଣ୍ଡି ଅଧିକାରୀ ଦିଗବିଜୟ ବିଶ୍ୱାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here