କୁଆଖିଆ : ରସୁଲପୁର ବ୍ଲକ ଅଂଚଳର ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟରେ ଆଜି କୋଭିଡ ପାଇଁ ଆଂଟିଜେନ ପଦ୍ଦତିରେ ୭୩ ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । ଏହା ଛଡା ଆରଟିପିସିଆର ପଦ୍ଦତିରେ ୬ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି ସେଥିରୁ ୧୮ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛି । ସେହିପରି ମୁଗୁପାଳ ୟୁଏନଏସ କଲେଜରେ ୬୮ ଜଣଙ୍କର ଆଂଟିଜେନ ପଦ୍ଦତିରେ ସ୍ୱାବ ପରୀକ୍ଷା ହୋଇଥିଲା । ତନ୍ମଧ୍ୟରୁ ୨୪ ଜଣଙ୍କର ପଜିଟିଭ ବାହାରିଥିଲା ।

ମୋଟ ଦୁଇଦିନରେ ୧୭୩ ଜଣଙ୍କର ଆଂଟିଜେନ ଟେଷ୍ଟ ଓ ୧୦ ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା । ସ୍ୱାବ ସଂଗ୍ରହ କେନ୍ଦ୍ରରୁ ଦୁଇଦିନରେ ପୁଣି ୪୨ ଜଣଙ୍କର କରୋନା ପଜିଟିଭ ବାହାରିଥିଲା । ଏନସି କୋଭିଡ କେନ୍ଦ୍ରକୁ ୧୧ ଜଣ ,ସିସିଏଚକୁ୧୪ ଜଣ ଏବଂ ୧୫ ଜଣଙ୍କୁ ହୋମ ଆଇସୋଲେସନରେ ଛଡାଯାଇଥିବା ଜଣାପଡିଛି । ଏଥିରେ ରସୁଲପୁର ତହସିଲଦାର ଜ୍ୟୋତି କାନ୍ତ ଭୁଜବଳ ଓ ଡାକ୍ତର ବିଶ୍ୱରଂଜନ କର ବସନ୍ତ କୁମାର ପଣ୍ଡା ଓ ଅନ୍ୟାନ୍ୟ ମେଡିକାଲ ଅଧିକାରୀ ବୃନ୍ଦ ଉପସ୍ତିତ ଥିଲେ ।

LEAVE A REPLY

Please enter your comment!
Please enter your name here