Odisha news

ପଶ୍ଚିମବଙ୍ଗରେ ହେଉଥିବା ଲକ୍ ଡାଉନ ପାଇଁ ପୂର୍ବ ତଟ ରେଳପଥର ଟ୍ରେନ ଗୁଡିକ ପ୍ରଭାବିତ : ଆସନ୍ତୁ ଜାଣିବା କେଉଁ ଟ୍ରେନ ସବୁ ବାତିଲ ହେଇଛି

0

ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ  ଓ  ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି  l

ପଶ୍ଚିମବଙ୍ଗ ରାଜ୍ୟରେ  ସେପ୍ଟେମ୍ବର 2020 ର ୦୭, ୧୧ ଓ ୧୨ ତାରିଖରେ ସମ୍ପୂର୍ଣ୍ଣ  ଲକ୍ ଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ  ପ୍ରଭାବିତ ହେବ –

ବାତିଲ ହେଉଥିବା ଟ୍ରେନ  :

A. ସେପ୍ଟେମ୍ବର ୧୧ ଓ ୧୨ ତାରିଖ ଦିନ ହାଓଡ଼ାରୁ ଛାଡୁଥିବା 02245 ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ପେସିଆଲକୁ    ବାତିଲ କରାଯିବ l

B. ସେପ୍ଟେମ୍ବର ୬, ୧୦ ଓ ୧୧ ତାରିଖ ଦିନ ଯଶୋବନ୍ତପୁରରୁ  ଛାଡୁଥିବା 02246 ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ ବାତିଲ କରାଯିବ l

C. ସେପ୍ଟେମ୍ବର ୭ ଓ ୧୧ ତାରିଖ ଦିନ ସିଆଲଦାରୁ  ଛାଡୁଥିବା 02201 ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ   ବାତିଲ କରାଯିବ  l

D. ସେପ୍ଟେମ୍ବର ୮ ଓ ୧୨ ତାରିଖ ରେ ଭୁବନେଶ୍ୱରରୁ ଛାଡୁଥିବା 02202 ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ  ବାତିଲ କରାଯିବ ଲ

E. 02074/02073 ଭୁବନେଶ୍ୱର -ହାଓଡ଼ା -ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲକୁ ୭, ୧୧ ଓ ୧୨ ସେପ୍ଟେମ୍ବର ଦିନ ଗୁଡିକରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ ଲ

ଆଂଶିକ ବାତିଲ ହେଉଥିବା ଟ୍ରେନ :

A. ୬, ୧୦ ଓ ୧୧ ସେପ୍ଟେମ୍ବର ତାରିଖ ମାନଙ୍କରେ ସିକନ୍ଦରାବାଦରୁ ଛାଡୁଥିବା 02704 ସିକନ୍ଦରାବାଦ -ହାଓଡ଼ା ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ଏହାର  ଯାତ୍ରା ଭୁବନେଶ୍ୱର ଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବ ନାହିଁ l

B. ୭, ୧୧ ଓ ୧୨ ତାରିଖ ଦିନ ମାନଙ୍କରେ ହାଓଡ଼ା ରୁ ଛାଡୁଥିବା 02703 ହାଓଡ଼ା -ସିକନ୍ଦରାବାଦ ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ  ହାଓଡ଼ା ପରିବର୍ତ୍ତେ  ଭୁବନେଶ୍ୱରରୁ ଛାଡିବ ଏବଂ ଏହି ତାରିଖ ଗୁଡିକରେ ଏହା  ହାଓଡ଼ାଠାରୁ  ଭୁବନେଶ୍ୱର ପର୍ଯ୍ୟନ୍ତ  ବାତିଲ ରହିବ l

ପ୍ରତ୍ୟାହାର କରାଯାଉଥିବା ରହଣି :

A.ଭୁବନେଶ୍ୱରରୁ ଛାଡୁଥିବା 02801 ଭୁବନେଶ୍ୱର -ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ  ନୂଆଦିଲ୍ଲୀରୁ ଆସୁଥିବା  02802 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ୬, ୧୦ ଓ ୧୧ ସେପ୍ଟେମ୍ବର, 2020 ରେ  ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀ ଠାରେ ରହଣି କରିବ ନାହିଁ  l

B. ଭୁବନେଶ୍ୱରରୁ ଛାଡୁଥିବା 02823 ଭୁବନେଶ୍ୱର-ନୂଆଦିଲ୍ଲୀ  ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ  ଭୁବନେଶ୍ୱର ରୁ ୭, ୧୧ ଓ ୧୨ ସେପ୍ଟେମ୍ବର, 2020 ରେ ଏବଂ  ନୂଆଦିଲ୍ଲୀରୁ  ଆସୁଥିବା 02824 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ  ନୂଆଦିଲ୍ଲୀ ଠାରୁ ୬, ୧୦ ଓ ୧୧ ସେପ୍ଟେମ୍ବର, 2020ରେ  ଉଭୟ ଦିଗରୁ ହିଜଲୀ ଠାରେ ରହଣି  କରିବ ନାହିଁ l

ଉପରୋକ୍ତ ଟ୍ରେନ ଗୁଡିକର ଯାତ୍ରୀମାନେ  ଏଥି ପ୍ରତି ଧ୍ୟାନ ଦେବା ଉଚିତ ଏବଂ  ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆ ଯାଉଛି l

Leave A Reply