କଣାସ-୦୫/୦୯/୨୦ : କଣାସ ଡାକ୍ତରଖାନାରେ ରୋଗୀସେବା ବିପର୍ଯ୍ୟସ୍ତ ଯୋଗୁ ଉତେଜନା ବୃଦ୍ଧି ପାଇବାରେ ଲାଗିଛି।ଦୁଇଦିନ ଧରି ଜରୁରୀକାଳୀନ ରୋଗୀ ସେବାପାଇଁ ହନ୍ତସନ୍ତ ହୋଇ ଫେରିଯାଉଛନ୍ତି। ଭୟଙ୍କର ବନ୍ୟା କାରଣରୁ କଣାସ ଏବେ ପାଣି ଘେରରେ ରହିଛି। ବିଭିନ୍ନ ରୋଗ ବିଷଧର ସାପ କାମୁଡିବା ତଥା ବନ୍ୟାଜଳରେ ବୁଡି ଯାଇଥିବା ଛୋଟ ରୁ ବଡ଼ ପର୍ଯ୍ୟନ୍ତ କଣାସ ର ଏକମାତ୍ର ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ର କୁ ଆସି ଡାକ୍ତର ଉପସ୍ଥିତ ରହି ମଧ୍ୟ ସେବା ପାଇପାରୁନାହାନ୍ତି। ଜାହାଫଳରେ ମେଡିକାଲ ପରିସର ମଧ୍ୟରେ ଜନସାଧାରଣ ମାନଙ୍କର ଗହଳି ହେବା ସଙ୍ଗେ ସଙ୍ଗେ ଗଣ୍ଡଗୋଳ ସୃଷ୍ଟି ହେଉଛି।
ପ୍ରକାଶ ଥାଉକି କଣାସ ମେଡିକାଲର ଡାକ୍ତର ଙ୍କ ସମେତ ୭ଜଣ କର୍ମଚାରୀ ଙ୍କୁ କରୋନା ପଜିଟିଭ ଚିହ୍ନଟ ହେବାପରେ ସେମାନଙ୍କୁ ହୋମ କରେଣ୍ଟାଇନ ରେ ରଖାଯାଇଛି। ଫଳରେ ପୁରୀଜିଲ୍ଲା ମୁଖ୍ୟ ଚିକିସ୍ୟା ଅଧିକାରିଣୀ ୭୨ଘଣ୍ଟା କଣାସ ମେଡିକାଲ ସିଲ୍ କରିଛନ୍ତି। ମାତ୍ର ଦୁର୍ଭାଗ୍ୟ ର ବିଷୟ ସ୍ୱାସ୍ତ୍ୟକାର୍ଯ୍ୟ କରିବାପାଇଁ ନୂତନ ସ୍ୱାସ୍ତ୍ୟ କର୍ମଚାରୀଙ୍କୁ ନିୟୋଜିତ କରାଯାଇନାହିଁ।
କରୋନା ମହାମାରୀ ସାଙ୍ଗକୁ ବନ୍ୟାର ଜଟିଳ ପରିସ୍ଥିତି କଣାସ ଅଞ୍ଚଳ ବାସୀଙ୍କୁ ବେଡି ଉପରେ କୋରଡା ସଦୃଶ୍ୟ ହେବାରେ ଲାଗିଛି। ଏପଟେ ଲୋକମାନଙ୍କର ଦୁଃଖ ନବୁଝିପାରି ଉପସ୍ଥିତ ଥିବା ଜନୈକ ଡାକ୍ତର ପୋଲିସ ବାବୁଙ୍କୁ ଡକାଉଥିବାରୁ କଣାସ ଅଞ୍ଚଳରେ ଲୋକମାନଙ୍କର ବିଶୃଙ୍ଖଳା ବୃଦ୍ଧିପାଉଛି। ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଯଥାଶୀଘ୍ର ରୋଗୀସେବା ଯଥାଶୀଘ୍ର ଯୋଗାଇ ଦେବାକୁ ସାଧାରଣରେ ଦାବିହେଉଛି।