ନୂଆଦିଲ୍ଲୀ : ୧୯୬୨ ରେ ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା ,ସେତେବେଳେ ଦୁଇଟି ପରମାଣୁ ଶକ୍ତି ସମ୍ପର୍ଣ୍ଣ ନଥିଲେ l ଆଜି କିନ୍ତୁ ଭାରତ ଓ ଚୀନ ଦୁଇଟି ଦେଶ ପରମାଣୁ ଶକ୍ତି ସମ୍ପର୍ଣ୍ଣ ଅଟନ୍ତି l ୫୮ ବର୍ଷ ପରେ ଭାରତ ଚୀନ ସୈନ୍ୟ ଶକ୍ତିରେ ସୁଦୃଢ ଅଟନ୍ତି l ଦୁଇ ଦେଶର ସେନା ଦୁନିଆର ବଡ ଓ ମଝବୁତ ସେନା ମାନଙ୍କ ମଧ୍ୟରେ ଗାନ ହେଉଛନ୍ତି l ଡୋକଲାମ ବିବାଦ ସମୟରେ ତତ୍କାଳୀନ ରକ୍ଷାମନ୍ତ୍ରୀ ଅରୁଣ ଜେଟଲୀ ପଦିଏ କଥା କହିଥିଲେ “ବର୍ତ୍ତମାନ ଭାରତ ୧୯୬୨ ର ଭାରତ ହୋଇ ନାହିଁ ,ତେଣୁ ଚୀନ ଭାରତକୁ ହୀନ ଦୃଷ୍ଟିରେ ନଦେଖୁ l “ଗତ ତିନି ମାସ ଧରି ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ସୀମାରେ ଉତେଜନା ଚାଲିଛି l ଜୁନ ୧୫ ତାରିଖରେ ୪୫ ବର୍ଷ ପରେ ଦୁଇ ଦେଶର ସୈନିକ ମଧ୍ୟରେ ଉତେଜନା ସୃଷ୍ଟି ହୋଇଥିଲା l ଏହି ଉତେଜନାରେ ଭାରତର ୨୦ ଟି ସୈନିକ ସହିଦ ହୋଇଥିଲେ l ଏହା ପରେ ଏହି ଉତେଜନା ଆଜି ପର୍ଯ୍ୟନ୍ତ ଚାଲିଛି l
ଭାରତ ପକ୍ଷରୁ ଚିଫ ଅଫ ଡିଫେନ୍ସ ଷ୍ଟାଫ ଓ ପୂର୍ବ ସେନା ପ୍ରମୁଖ ଜେନେରାଲ ବିପିନ ରାବତ କହିଛନ୍ତି ଯେ “ଯଦି ଚୀନ ସହିତ ଏହି ପରିସ୍ଥିତିର ସମାଧାନ କଥାବାର୍ତ୍ତା ଦ୍ୱାରା ହୋଇ ନପାରିଲା ତେବେ ସୈନ୍ୟ ବିକଳ୍ପ ରହିଛି l ଏହି ଅବସ୍ଥାରେ ଯଦି ଦୁଇଟି ଦେଶ ଯୁଦ୍ଧ କରିବା ପାଇଁ ଆଗକୁ ବାଢ଼ନ୍ତି ତେବେ ଏହି ଯୁଦ୍ଧ ୧୯୬୨ ର ଯୁଦ୍ଧ ଠାରୁ ଅଲଗା ହେବ ଓ ଭୟାବହ ହେବ l “ବର୍ତ୍ତମାନର ଚିନ୍ତା ଏହାଯେ ଯଦି ଭାରତ ଚୀନ ମଧ୍ୟରେ ଯୁଦ୍ଧ ହେଉଛି ତେବେ ପାକିସ୍ତାନ ଚୀନ ସପକ୍ଷରେ ନଆସିଯାଉ l ଚୀନ ସହିତ ଉତେଜନା ଜାମ୍ମୁ କାଶ୍ମୀରରେ ଅନୁଛେଦ ୩୭୦ ହଟାଇବା ପରେ ବଢିଛି l ଏହାକୁ ନେଇ ଚୀନ ଓ ପାକିସ୍ତାନ ଦୁଇଟି ଦେଶ ଭାରତ ପକ୍ଷରେ କ୍ଷୁବ୍ଧ ଅଛନ୍ତି l ଏମିତି ସମୟରେ ଭାରତ ବିରୁଦ୍ଧରେ ଲଦାଖରେ ଚୀନର ଉତେଜନା ପାକିସ୍ତାନ ସହିତ ମଧ୍ୟ ଯୋଡି ହୋଇଛି l ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ମଧ୍ୟ କହିଛନ୍ତି ତାଙ୍କ ଦେଶର ଭବିଷ୍ୟତ ବର୍ତ୍ତମାନ ଚୀନ ସହିତ ଅଛି l ଭାରତ ମଧ୍ୟ ଜାଣିଛି ଯେ ଚୀନ ସହିତ ଯୁଦ୍ଧ ସ୍ଥିତିରେ ପାକିସ୍ତାନ ପାଇଁ ମଧ୍ୟ ସତର୍କ ହୋଇ ରହିବାକୁ ପଡିବ l
ବିପିନ ରାବତ ଯେତେବବେଳେ ସେନା ପ୍ରମୁଖ ଥିଲେ ସେତେବେଳେ ସେ କହିଥିଲେ କି ଭାରତ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି l ଭାରତର ଏହି ସେନା ପ୍ରସ୍ତୁତି କେବଳ ଚୀନ ପାଇଁ ନୁହେଁ ,ଏଥିରେ ପାକିସ୍ତାନ ମଧ୍ୟ ସାମିଲ ଅଛି l ୧୯୬୨ ର ଯୁଦ୍ଧ ସମୟରେ ପାକିସ୍ତାନ ଚୀନକୁ ସମର୍ଥନ କରି ନଥିଲା l କିନ୍ତୁ ତିନି ବର୍ଷ ପରେ ପାକିସ୍ତାନ ୧୯୬୫ ରେ ଭାରତ ଉପରେ ଏହା ଭାବି ଆକ୍ରମଣ କରିଥିଲା ଯେ ,ଭାରତର ସୈନ୍ୟ ମାନଙ୍କର ମନବଳ ଭାଙ୍ଗି ଯାଇଛି l କିନ୍ତୁ ପାକିସ୍ତାନର ଏହି ଆକଳନ ଭୁଲ ପ୍ରମାଣିତ ହେଲା ଓ ସେ ଭାରତ ପାଖରୁ ପରାସ୍ତ ହେଲା l ଭାରତ ଓ ଚୀନର ସୀମା ରେଖା ନିର୍ଧାରଣ ସ୍ପଟ ହୋଇନାହିଁ ଓ ସେଥିପାଇଁ ଦୁଇ ଦେଶ ମଧ୍ୟରେ ସମୟ ସମୟରେ ସୀମା ବିବାଦ ସୃଷ୍ଟି ହୋଇଥାଏ l ୧୯୬୨ ରେ ପେଂଗଙ୍ଗ ହ୍ରଦପାଇଁ ଯୁଦ୍ଧ ହୋଇଥିଲା ,ସେହି ଯୁଦ୍ଧରେ ଭାରତ ଚୀନ ପଖରୁ ହରି ଥିଲା l ସେଥିପାଇଁ ,ପେଂଗଙ୍ଗ ସଂକେଟ୍କୁ ଦୃଷ୍ଟିରୁ ଚୀନ ପାଇଁ ମହତ୍ୱ ପୂର୍ଣ୍ଣ ବୋଲି ସେ ଭାବୁଛି l ଭାରତ ଓ ଚୀନର ସୀମା ବିବାଦରେ ବିଦେଶ ନୀତି ମଧ୍ୟ ଗୋଟିଏ କାରଣ ରହିଛି l ଚୀନର ରାଷ୍ଟ୍ରପତି ଜିଙ୍ଗପିଙ୍ଗଙ୍କ ସମୟରେ ଚୀନ କେବଳ ଭାରତ ସହିତ ସୀମା ବିବାଦକୁ ନେଇ ଉତେଜନା ସୃଷ୍ଟି କରି ଚାଲିଛି l
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଭାରତ ଓ ଚୀନ ସହିତ ସୀମା ବିବାଦକୁ ନେଇ ଚାଲିଥିବା ଅସନ୍ତୋଷକୁ ନେଇ ବ୍ୟସ୍ତ ନାହାନ୍ତି ,ତା ସହିତ ଅନୁଛେଦ ୩୭୦ କାଶ୍ମିରୀରୁ ହଟିବ ପରେ ପାକିସ୍ତାନ ସହିତ ଚୀନ ମଧ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ଏହି ସବୁ ଉତେଜନା ମୂଳକ ପରିସ୍ଥିତି ପାଇଁ ଭାରତ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି l ଚୀନ ମଧ୍ୟ ପାକିସ୍ତାନ ସପକ୍ଷରେ ସଂଯୁକ୍ତ ରାଷ୍ଟ୍ରରେ କାଶ୍ମୀର ମୁଦା ଉଠାଇଥିଲା ,କିନ୍ତୁ ସେଠାରେ ତାକୁ ଝଟକା ମିଳିଥିଲା l ସଂସଦରେ ଗୃହମନ୍ତ୍ରୀ ଅମିତ ସାହା ସ୍ପଟ ଭାବରେ କହିଥିଲେ ଯେ ଅସ୍ଥାୟୀ ଚୀନ ମଧ୍ୟ ଭାରତର ଅଂଶ l
