Odisha news

ଷ୍ଟେସନଛକରେ ନିଶାସକ୍ତ ଯୁବକଙ୍କ ଉତ୍ପାତ

0

ବାଲେଶ୍ୱର : ମଙ୍ଗଳବାର ସନ୍ଧ୍ୟାରେ ଷ୍ଟେସନଛକ ନିକଟରେ ଜଣେ ନିଶାସକ୍ତ ଯୁବକ ଉତ୍ପାତ କରୁଥିବା ବେଳେ ଖବରପାଇ ଘଟଣାସ୍ଥଳରେ ପିସିଆର୍ ଭ୍ୟାନ ପହଞ୍ଚôଥିଲା । ଭ୍ୟାନ୍ରେ ଥିବା ପୁଲିସ କର୍ମଚାରୀମାନେ ନିଶାସକ୍ତ ଯୁବକଙ୍କୁ କାବୁ କରିବା ନିମନ୍ତେ ଉଦ୍ୟମ କରୁଥିବା ବେଳେ ଯୁବକ ଜଣଙ୍କ ପିସିଆର୍ ଭ୍ୟାନକୁ ଭଙ୍ଗାରୁଜା କରିଥିଲା । ପରେ ଘଟଣାସ୍ଥଳରେ ଆଉ ଦୁଇଟି ପିସିଆର ଭ୍ୟାନ ପହଁଞ୍ଚô ଯୁବକ ଜଣଙ୍କୁ କାବୁ କରି ସହଦେବଖୁଣ୍ଟା ଥାନାକୁ ନେଇଯାଇଛନ୍ତି ।

ଉତ୍ପାତ କରୁଥିବା ଯୁବକଙ୍କ ନାମ ବିଶ୍ୱରଂଜନ ନାୟକ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ଘର ଖନ୍ତାପଡ଼ା ଥାନା ଅନ୍ତର୍ଗତ ସେରଗଡ଼ ଅଞ୍ଚଳରେ ବୋଲି କୁହାଯାଉଛି । ଏହି ଘଟଣା ଘଟିବା ସମୟରେ ଷ୍ଟେସନ୍ ଛକ ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା । ଆଜି ଲକ୍ଡାଉନ ଉଠିଯିବା ପରେ ସନ୍ଧ୍ୟା ସମୟରେ ଦୋକାନ ବଜାର ଖୋଲା ରହିଥିବା ବେଳେ ଷ୍ଟେସନଛକ ଭଳି ଜନଗହଳିପୂର୍ଣ୍ଣ ଇଲାକାରେ ଏଭଳି ଘଟଣା ଘଟିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply