ଜଳେଶ୍ୱର : ଜଳେଶ୍ୱର ରେ ଥିବା ଜେଏମ୍ଏଫସି କୋର୍ଟ ଓ ସବଜଜ୍ କୋର୍ଟର ୨ଜଣ କର୍ମଚାରୀ କରୋନା ପଜେଟିଭ୍ ଜଣାଯିବାପରେ କୋର୍ଟ ବଜାରରେ ଆତଙ୍କ ଖେଳି ଯାଇଛି । ପ୍ରକାଶଯୋଗ୍ୟ କୋର୍ଟ ପରିସର ଏକ ସମବେଦନଶୀଳ ସ୍ଥାନ ହୋଇଥିବାରୁ ସେଠାରେ ସେନିଟାଇଜ୍, ପରିସ୍କାର ପରିଛନ୍ନତା ରଖାଯିବା ସହିତ ସାମାଜିକ ଦୂରତା ବଜାଇ ରଖିବା ଅପରିହାର୍ଯ୍ୟ ହୋଇ ପଡିଛି ।
ଗତ କିଛିଦିନ ତଳେ ୬୦ନଂ ଜାତୀୟ ରାଜପଥ ଟୋଲ ପ୍ଲାଜାଠାରେ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏକ କୋଭିଡ଼୍ ପରୀକ୍ଷା କରାଯାଇଥିଲା । ଏଥିରେ ମୋଟ ୫୦ଜଣଙ୍କର ଏଣ୍ଟିଜେନ୍ରେ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୨୧ଜଣ କର୍ମଚାରୀଙ୍କର ପଜେଟିଭ୍ ଥିବା ଜଣାଯାଇଛି । ଆନ୍ତରାଜ୍ୟ ବସ୍, ଟ୍ରକ୍, କାର ଚଳାଚଳ କରୁଥିବାରୁ ସେମାନେ ସଂକ୍ରମିତ ହୋଇଥିବା କୁହାଯାଇଛି । ଏଥିପ୍ରତି ମଧ୍ୟ ସେନିଟାଇଜ୍, ପରିସ୍କାର ପରିଚ୍ଛନ୍ନତା ରଖାଯିବା ସଂପର୍କରେ ମତପ୍ରକାଶ ପାଇଛି ।
