ଜଳେଶ୍ୱର : ତିନି ଦିନର ପ୍ରବଳ ଗୁଳୁଗୁଳି ଓ ଗ୍ରୀଷ୍ମପାତ ପରେ ଆଜି ପୂର୍ବାହ୍ନ ୧୦ଟାରେ କଳା ହାଣ୍ଡିଆ ମେଘ ସହିତ ବର୍ଷା ଆରମ୍ଭ ହୋଇଥିଲା । ୧୦.୩୦ମିରେ ଘନ ଘନ ବଜ୍ରାଘାତ ହେବାର ଜଣାଯାଇଛି । ଏଥିରେ ଗୋବର ଘଟା ପଂଚାୟତର ବୈରାଟଆଡି ଗ୍ରାମର ସ୍ୱର୍ଗତ ବାବୁ ମହାନ୍ତିଙ୍କ ପୁତ୍ର କାର୍ତ୍ତିକ ମହାନ୍ତି ଅନ୍ୟ ୫ଜଣଙ୍କ ସହିତ ପଢିଆରୀ ପୁର ମୌଜାର ଦିପା ଇଟାଭାଟି ନିକଟରେ ତାର ଏକ ଜିମିରୁ କାକୁଡି ତୋଳିବାକୁ ଯାଇଥିଲେ ।
ସେଠାରେ ବଜ୍ରାଘାତରେ କାର୍ତ୍ତିକ ମହାନ୍ତି (୩୭) ଙ୍କର ମୃତ୍ୟୁ ଘଟିଥିବା ବେଳେ ଚନ୍ଦ୍ରମୋହନ ସିଂ, ଗଣେଶ ମହାନ୍ତି, ସ୍ତ୍ରୀ ରଂଜିତା ମହାନ୍ତି, କୁଂଜବିହାରୀ ଜେନା, ଗୁଣ୍ଡୁରୀ ସିଂ ପ୍ରମୁଖ ଆହତ ହୋଇ ଜିକେ ଭଟ୍ଟର ହସ୍ପିଟାଲରେ ଚିକିସôାଧିନ ରହିଛନ୍ତି । ଚନ୍ଦ୍ରମୋହନ ସିଂଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି