ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳଜିଲ୍ଲା ଫିରିଙ୍ଗିଆ ଅଂଚଳର ବିଶିଷ୍ଟ ସମାଜସେବୀ ତଥା କ୍ରିଡାବିତ ସୁଜିତ କୁମାର ମିଶ(୩୨)୍ରଙ୍କର ଆଜି ସକାଳୁ ପରଲୋକ ହୋଇଯାଇଛି । ଆଜି ସକାଳ ସକାଳ ୯ଟା ସମୟରେ ସେ ଫିରିଙ୍ଗିଆ ବ୍ଲକ ଛକ ନିକଟରେ ତାଙ୍କ ସ୍କୁଟି ରଖି ଠିଆ ହୋଇଥିବାବେଳେ ହଠାତ ତାଙ୍କର ମୁଣ୍ଡ ମୁଲାଇବା ଫଳରେ ସେ ସେଠାରେ ପଡିଯାଇଥିଲେ ।
ସ୍ଥାନୀୟ ଲୋକମାନେ ତାଙ୍କୁ ସଙ୍ଗେସଙ୍ଗେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଘଟଣା ବିଷୟରେ ଜାଣିବାପରେ ଫିରିଙ୍ଗିଆ ଥାନା ପୋଲିସ ସେଠାରେ ପହଂଚି ଶବକୁ ଜବତ କରିବା ସହିତ ଏକ ଅପମୃତୁ୍ୟ ମାମଲା ୮/୨୦ ରୁଜ୍ଜୁ କରି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ସୁତ୍ରରୁ ଜଣାପଡିଛି । ।
ତେବେ ସେ ଏହାପୁର୍ବରୁ ଅସୁସ୍ଥ ଥିବାରୁ ପୂରୀ ଜିଲ୍ଲା ଡାକ୍ତରଖାନାରେ ରହି ଚିକିସôିତ ହେଉଥିଲେ ସେଠାରୁ ସେ ଅଳ୍ପ ଦିନ ହେଲା ଫେରି ଥିଲେ । ସେ କନ୍ଧମାଳ ଜିଲ୍ଲା ବାଲିଗୁଡା ମାହାସିଙ୍ଗିଠାରେ ଥିବା ଏକଲବ୍ୟ ମଡେଲ ସ୍କୁଲରେ କି୍ରଡା ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ସେ ଜଣେ ଭଲ ସ୍ୱେଛାସେବୀ ଭାବରେ ଜିଲ୍ଲାରେ ସୁପରିଚିତ ଥିଲେ । ତାଙ୍କର ଦେହାନ୍ତରେ ଫିରିଙ୍ଗିଆ ସମେତ ଜିଲ୍ଲାର ଅଧିକାଂଶ କି୍ରଡାବିତ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ଅଳ୍ପ ଦିନ ପୁର୍ବେ ବିବାହ କରିଥିଲେ । ସେଥିପାଇଁ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ଅଂଚଳର ଲୋକଙ୍କ ତରଫରୁ ସମବେଦନା ସହିତ ସହାୟତା କରାଯିବାର ଯୋଜନା କରାଯାଉଥିବା ଜଣାପଡିଛି ।