Odisha news

ଗୋଟିଏ ଜାଗାରେ ୨ଟି ଟ୍ରକ ଦୁର୍ଘଟଣା ଜଣେ ଡ୍ରାଇଭର ମୃତ ଜଣେ ଗୁରୁତ୍ୱର

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲା ସୁଡୃକୁମ୍ପା ଫାଣ୍ଡି ଏବଂ ଫୁଲବାଣୀ ସଦର ଥାନା ଅଂଚଳରେ ଥିବା ରାଣୀପଥର ଘାଟିରେ ଗୋଟିଏ ଜାଗାରେ ଦୁଇଦୁଇଟି ଟ୍ରକ ଦୁର୍ଘଟଣା ଘଟିଛି । ଏଥିରେ ଘଟଣା ସ୍ଥଳରେ ଜଣେ ଡ୍ରାଇଭରର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଏକ ଟ୍ରକର ଆଉଜଣେ ଡ୍ରାଇଭର ଗୁରୁତ୍ୱର ହୋଇଥିବା ଜଣାପଡିଛି । । ସେମାନଙ୍କ କୌଣସି ଠିକଣା କିମ୍ବା ନାମ ମିଳିପାରିନାହିଁ । ଖବର ନେବାରୁ ଜଣାପଡିଛି ଯେ ରବିବାର ଦିନ କନ୍ଧମାଳ ଜିଲ୍ଲା ପଟରୁ ବୌଦ୍ଧ ଜିଲ୍ଲା ଅଭିମୁଖେ ଏକ ଲମ୍ବା ୧୮ଚକିଆ ସିମେଣ୍ଟ ବଝେଇ ଟ୍ରକ (ଏଚଆର-୫୬-ବି-୪୭୯୬) ଯାଉଥିବା ବେଳେ ଘାଟିର ପ୍ରଥମ ବୁଲାଣିରେ ଭାରସାମ୍ୟ ହରାଇ ଡାହାଣ ପଟ ଖାଲ ଭିତରକୁ ପଶି ଯାଇଥିଲା ।

ଏହି ଟ୍ରକର ଡ୍ରାଇଭର କିମ୍ବା ହେଲପର ଖୋଜ ଖବର ମିଳିପାରିନଥିବା ବେଳେ ପୁଣି ସୋମବାର ଦିନ ଅପରାହ୍ନରେ ସେହି ଜାଗାରେ ଆଉ ଏକ ଲମ୍ବା ସିମେଣ୍ଟ ବୋଝେଇ ଟ୍ରକ ନଂ ଟିଏନ -୫୨-ଡି-୯୯୫୨ଟ୍ରକ କନ୍ଧମାଳ ଜିଲ୍ଲା ପଟରୁ ବୌଦ୍ଧ ଜିଲ୍ଲା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବୁଲାଣିରେ ପାହାଡରେ ପିଟି ହୋଇଯାଇଛି । ଘଟଣା ସ୍ଥଳରେ ଡ୍ରାଇଭର ଚାପି ହୋଇ ମୃତୁ୍ୟ ହୋଇଯାଇଛି । ଖବର ପାଇ ଫୁଲବାଣୀ ସଦରଥାନା ପୋଲିସ ସେଠାରେ ପହଂଚି ଶବକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇ ଏକ ଅପମୃତୁ୍ୟ ମାମଲା ୮୩/୨୦ ରୁଜ୍ଜୁ କରି ଘଟନାର ତଦନ୍ତ ଚଳାଇଥିବା ନେଇ ସଦରଥାନା ଅଧିକାରୀ ଆଦିତ୍ୟ ସେଠୀ ସୁଚନା ଦେଇଛନ୍ତି । ତେବେ ଏହି ଟ୍ରକ୍ କର୍ଣ୍ଣାଟକର ବୋଲି ଜଣାପଡିଛି । ହେଲେ ମୃତ ଡ୍ରାଇଭରର ନାମ ଓ ଠିକଣା ବାବଦରେ କୌଣସି ସୁଚନା ପୋଲିସ ନିକଟରୁ ମିଳିପାରିନାହିଁ ।

Leave A Reply