ଫୁଲବାଣୀ (ସନ୍ତୋଷ ମିଶ୍ର ): ଆଜି କନ୍ଧମାଳ ଜିଲ୍ଲାରେ ଆଉ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୨୫ ରେ ପହଂଚିଛି । ତେବେ ସେମାନଙ୍କ ମଧ୍ୟରୁ ୧୮୫୯ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରି ଥିବାବେଳେ ଆଉ ୩୫୫ ସଂକ୍ରମିତ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିସôିତ ହେଉଛନ୍ତି । ଆଜି ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଥିବା ସୁଚନା ଅନୁସାରେ କରୋନାରେ କନ୍ଧମାଳ ଜିଲ୍ଲାର ଆଉ ଜଣଙ୍କର ମୃତୁ୍ୟ ହୋଇଛି ।
ଏହାକୁ ମିଶାଇ ଜିଲ୍ଲାରେ କରୋନା ମୃତୁ୍ୟ ସଂଖ୍ୟା ୧୧ ରେ ପହଂଚିଛି । ଆଜି ଘୋଷଣା କରାଯାଇଥିବା ମୃତକ ଜଣକ ଫୁଲବାଣୀ ମେଡିକାଲ ଛକର ଅମରନାଥ ପଲେଇ ବୋଲି ଜଣାପଡିଛି । ଆଜିର ୨୨ ଜଣଙ୍କ ମଧ୍ୟରୁ ୧୪ ଜଣ ପୁରୁଷ ଓ ୮ ଜଣ ମହିଲା ରହିଛନ୍ତି । ସେମାନଙ୍କ ମଧ୍ୟରୁ ଫୁଲବାଣୀର ୧୧ ଜଣ ରହିଥିବାବେଳେ ଘୁ.ଉଦୟଗିରିର ଜଣେ,ଦାରିଙ୍ଗବାଡିର ୩ ଜଣ,କୋଟଗଡର ଜଣେ,ବାଲିଗୁଡାର ୨ ଜଣ,ଫିରିଙ୍ଗିଆର ୨ ଜଣ ଏବଂ ଖଜୁରିପଡାର ୨ ଜଣ ଥିବା ଜିଲ୍ଲାପାଳଙ୍କ ଟ୍ୱିଟ୍ ସୁତ୍ରରୁ ଜଣାପଡିଛି ।