Odisha news

ଶ୍ରୀନଗର ପ୍ରଥମ ଥର ଜଣେ ମହିଳା ଆଇପିଏସ୍‌ ନିଯୁକ୍ତ

0

ଜମ୍ମୁ : ପ୍ରଥମ ଥର ଜଣେ ମହିଳା ଆଇପିଏସ୍‌ ଅଧିକାରୀଙ୍କୁ ଆତଙ୍କବାଦୀ ପ୍ରଭାବିତ ଶ୍ରୀନଗର ସେକଫର ପାଇଁ ସିଆର୍‌ପିଏଫ୍‌ ମହାନୀରିକ୍ଷକ ଭାବେ ନିଯୁକ୍ତ କରାଯାଇଛି । ୧୯୯୬ ବ୍ୟାଚ୍‌ ତେଲଙ୍ଗାନା କ୍ୟାଡରର ଆଇପିଏସ୍‌ ଅଧିକାରୀ ଚାରୁ ସିହ୍ନା ପୂର୍ବରୁ ବିହାର କ୍ଷେତ୍ରର ସିଆର୍‌ପିଏଫ୍‌ରେ କାମ କରିସାରିଛନ୍ତି । ସେ ବିଭିନ୍ନ ନକ୍ସଲ ବିରୋଧୀ ଅଭିଯାନର ନେତୃତ୍ୱ ନେଇଛନ୍ତି । ସେ ଜମ୍ମୁର ସିଆର୍‌ପିଏଫ୍‌ରେ ଲମ୍ବା ଓ ସଫଳ କାର୍ଯ୍ୟକାଳ ପୂରା କରିଛନ୍ତି । ଶ୍ରୀନଗର ସେକଫର ୨୦୦୫ରେ ଆରମ୍ଭ ହୋଇଥିଲା । ଏଥିରେ ୨ଟି ରେଞ୍ଜ୍‌, ୨୨ଟି କାର୍ଯ୍ୟକାରୀ ୟୁନିଟ୍‌ ଓ ୩ ମହିଳା କମ୍ପାନୀ ସାମିଲ ।

Leave A Reply