ଜଳେଶ୍ୱର : ସୁବର୍ଣ୍ଣରେଖା ବନ୍ୟା ଓ ବର୍ଷା ଯୋଗୁଁ ଜଳେଶ୍ୱରର ବ୍ୟାପକ କ୍ଷତି ହୋଇଥିବାରୁ ଏହା ସହିତ କୋଭିଦ୍-୧୯ ଲାଗି ଚାଷୀକୂଳର ମେରୁଦଣ୍ଡ ଭାଂଗି ଯାଇଛି । ଚାଷୀମାନଙ୍କ ଦୂରବସ୍ଥା ଜଣିବାଲାଗି ସିପିଏମ୍ର ପ୍ରତିନିଧି ଦଳ ବ୍ଲକର ୧୪ଟି ପଞ୍ଚାୟତ ବୁଲି ହେଛନ୍ତି । ୩ହଜର ହେକ୍ଟର ଚାଷଜମି ଓ ୮ଟି ପଞ୍ଚାୟତରେ ହୋଇଥିବା ପରିବାଚାଷର ବ୍ୟାପକ କ୍ଷତି ଘଟିଛି । କେତେକଙ୍କ ଘର ଉଣା ଅଧିକେ ଭାଂଗି ଥିବାରୁ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ଏବେବି ବହୁ ବ୍ୟକ୍ତିଙ୍କ ଠାରେ ସରକାରୀ ସହାୟତା ପହଞ୍ଚି ପାରିନାହିଁ ।
ତେଣୁ ଧାନ ଓ ପରିବାଚାଷର କ୍ଷତି ଆକଳନ କରି ଭରଣା, ଘର ଭାଂଗିଥିବା ବ୍ୟକ୍ତିଙ୍କୁ ୫ଲକ୍ଷ ଟଙ୍କାର ସହାୟତା, ପାଣିନିଷ୍କାସନର ବ୍ୟବସ୍ଥା, ଅବିଳମ୍ବେ ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଯୋଗାଇଦେବା, ପ୍ରତି ବ୍ୟକ୍ତିଙ୍କୁ ୭୫୦୦ଟଙ୍କା ୬ମାସ ପଯ୍ୟନ୍ତ ଦେବାଲାଗି ଦାବି କରିଛନ୍ତି । ସିପିଏମ୍ ପକ୍ଷରୁ ଦିଲ୍ଲୀପ କୁମାର ଗିରି, ଜିତାଂଶୁ ନନ୍ଦୀ, ସିତାଂଶୁ ସେନାପତି, ଶିଶିର ହୁଇ, ରବିନ୍ଦ୍ର ପରିଡା, ଦିପ୍ତିମାନ ଆଚାର୍ଯ୍ୟ, ଜୀବନ ପରିଡା, ଭାଗବତ ପ୍ରଧାନ ପ୍ରମୁଖ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି ।