Odisha news

ବାହାର ରାଜ୍ୟ କମ୍ପାନୀ ଦ୍ୱାରା ବିହନ କିଣି ଠକିଛି ଚାଷୀ : ସମାଧାନ ଲାଗି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ

0

ଜଳେଶ୍ୱର : ଚଳିତ ବର୍ଷ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖୁଲୁଡା ଓ ବର୍ତ୍ତନା ପଂଚାୟତର କେତେକ ଚାଷୀ କ୍ରିଷିଧନ ସିଡ୍ସ୍ ପ୍ରାଇଭେଟ ଲିମିଟେଡ ନାମକ ଏକ ବାହାର ରାଜ୍ୟର କମ୍ପାନୀଠାରୁ ଧାନ କିଣି ରୋଇବାର କିଛିଦିନ ପରେ ଧାନ ଗଛରୁ କେଣ୍ଡା ବାହାରିଥିଲା । ସ୍ୱଳ୍ପ ଦିନରେ କେଣ୍ଡା ବାହାରିଥିବାରୁ ଆବଶ୍ୟକ ଉତ୍ପାଦନ ନ ହେବାର ଜାଣି ଚାଷୀମାନେ ଭାଂଗି ପଡିଛନ୍ତି । ଆଜି ବହୁ ଚାଷୀ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ବିଡିଓଙ୍କୁ ଏଥିନେଇ ଏକ ସ୍ମାରକପତ୍ର ଦେଇଛନ୍ତି । ଘଟଣାରୁ ପ୍ରକାଶ, ବ୍ଲକର ଖୁଲୁଡା, ବର୍ତ୍ତନ, ପଶ୍ଚିମବାର୍ଡ, ବାଇଗଣ ବାଡିଆ, ଝାଡପିମ୍ପଳ ପଞ୍ଚାୟତର ବହୁଚାଷୀ ପ୍ରିମିୟମ ସ୍ୱାର୍ଣ୍ଣ ଧାନ ବିହନ ଅଧିକ ଅମଳ ହେବା ଆଶାରେ ଚାଷ କରିଥିଲେ । ଏହି ବିହନ ର ୧୦ କିଲୋକୁ ମୂଲ୍ୟ ୭୫୦ ଟଙ୍କା ହୋଇଥିବା ବେଳେ ତାହା ଜୁନ୍ ମାସରେ ତଳି ପକାଇଥିଲେ ।

ଜୁଲାଇ ମାସରେ ଏହା ରୁଆ, ପୋତା ହୋଇଥିବା ବେଳେ ରୋଇବାର ଅଳ୍ପଦିନ ପରେ ଧାନରୁ କେଣ୍ଡା ବାହାରିଥିଲା । କେଣ୍ଡାର ଆକାର ବହୁ ଛୋଟ ଥିବାରୁ ଅଧିକ ଅମଳ ଆଶା ପାଣି ଫୋଟକାରେ ପରିଣତ ହୋଇଛି । ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀମାନଙ୍କର ଆର୍ଥୀକ ମାନଦଣ୍ଡ ବଢାଇବା ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପ୍ରକୃତରେ କେତେକ ଲାଭଖୋର କମ୍ପାନୀ ଦ୍ୱାରା ଶୋଷଣ ଶୀକାର ହେଉଛନ୍ତି । ତେଣୁ ଏଭଳି ଏକ ସମସ୍ୟାର ସମାଧାନ ଲାଗି ଜିଲ୍ଲାପାଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜଣାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଓ ପ୍ରତିକାର ଯୋଗାଇ ଦେବାକୁ ଖୁଲୁଡା ଓ ବର୍ତ୍ତନା ପଞ୍ଚାୟତର ପୁରସ୍ତମ ଜେନା ଓ ବିଦ୍ୟାଧର ବେହେରାଙ୍କ ନେତୃତ୍ୱରେ ଶହ ଶହ ଚାଷୀ ଦାବିପତ୍ର ଜିଲାପାଳଙ୍କ ଉଦେ୍ଦଶ୍ୟରେ ବିଡିଓ ଦୀପ୍ତିରଂଜନ ସେଠୀଙ୍କୁ ପ୍ରଦାନ କରାଯାଇଛି ।

Leave A Reply